ଝରାଫୁଲଙ୍କ ପରିବାରକୁ ନ୍ୟାୟ ଦାବି; ଆସନ୍ତା ୧୦ରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ବନ୍ଦ କରିବ ଭଞ୍ଜସେନା

ବାରିପଦା: ମୟୂରଭଞ୍ଜର ମେଧାବୀ ଛାତ୍ରୀ ଝରାଫୁଲ ନାଏକ ହତ୍ୟା ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ି ପାରୁନାହିଁ। ମୁଖ୍ୟ ଅଭିଯୁକ୍ତ ରାକେଶର ସହଯୋଗୀକୁ ଧରିବାରେ ପୁଲିସ ବିଫଳ ହେବା ପୁଲିସ ଓ ସରକାର ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି ଭଞ୍ଜସେନା। ଏହିକ୍ରମରେ ଝରାଫୁଲ ଏବଂ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବୀରେ ସେନା ପକ୍ଷରୁ ଆସନ୍ତା ମାସ ୧୦ରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ବନ୍ଦ କରାଯିବାର ନିଷ୍ପତି ‌ହୋଇଛି। ଏଥି ସହିତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ନିଷ୍ପତ୍ତି ‌ହୋଇଛି।

ଏନେଇ ଅନୁଷ୍ଠିତ ଏକ ବୈଠକରେ ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ସତ୍ୟସ୍ୱରୂପ ଦାଶ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂହ, ଉପାଧ୍ୟକ୍ଷ ତଥା ଆଇନଜୀବୀ କାଜଲ ମହାନ୍ତ (କରଞ୍ଜିଆ), ଉପାଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଅଞ୍ଜନ ବରାଳ (ରାଇରଙ୍ଗପୁର), ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦାଃ, ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଯୁବ ସଭାପତି ମାନସ ବେହେରା, ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର, ସମ୍ପାଦକ ଏସକେ ରାଜା ଖାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର