‘ବିଗ୍‌ ବସ୍‌’ ପରେ ଏବେ ବଡ଼ ପରଦାରେ ଦିଶିବେ ଅଙ୍କିତା ଲୋ‌ଖଣ୍ଡେ

ମୁମ୍ବାଇ:  ‘ବିଗ୍‌ ବସ୍‌-୧୭’ରେ ବହୁ ଲୋକପ୍ରିୟତା ସାଉଁଟିବା ପରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋ‌ଖ‌‌‌‌ଣ୍ଡେ ଆଗକୁ ବଡ଼ ପରଦାରେ ନଜର ଆସିବେ। ‘ପବିତ୍ର ରିସ୍ତା’ ଧାରାବାହିକରେ ଲୋକଙ୍କ ମନ ଜିଣିଥିବା ଅଙ୍କିତା ଏବେ  ‘ସ୍ବତନ୍ତ୍ର ବୀର ସାବରକର’ ସିନେମାରେ ସାବରକରଙ୍କ ପତ୍ନୀ ଯମୁନା ବାଈଙ୍କ ଭୂମିକା ନିଭାଇବେ। ନିକଟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଅଧିକ ଚଳଚ୍ଚିତ୍ର ଅପେକ୍ଷା ଭଲ ଚଳଚ୍ଚିତ୍ରରେ କାମ କରିବାକୁ ବେଶି ଇଛୁକ।

ଅଙ୍କିତ‌ା ତା‌ଙ୍କ ମତ ରଖି କହିଛନ୍ତି, ‘‘ମୁଁ ବହୁତ ସିନେମାର ଅଂଶ ହେବାକୁ ଚାହେଁନି, ଭଲ ସିନେମାରେ ନଜର ଆସିବ‌ା ମୋର ଲକ୍ଷ୍ୟ। ଭିନ୍ନ ଭିନ୍ନ ଚରିତ୍ର କରିବା ପ୍ରତି ମୋର ରୁଚି ରହିଛି। ସେପରି ଚରିତ୍ର କରିବା ଦ୍ବାରା ମୋ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଏ।’’

ସମାନ ସାକ୍ଷାତକାରରେ ଅଙ୍କିତା ମଧ୍ୟ ଦୁଇ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ କାମ କରିବା ବିଷୟରେ କହିଥିଲେ। ୨୦୦୪ ମସିହାରେ ଏକ ରିୟାଲିଟି ସୋ’ ଜରିଆରେ ଅଙ୍କିତା ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।

ସମ୍ବନ୍ଧିତ ଖବର