ଝିଅ ସପକ୍ଷରେ ମୁହଁ ଖୋଲି‌ଲେ ଚଙ୍କି

ଅଭିନେତା ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରେ ‘ବଲିଉଡ୍‌ରେ ସ୍ବଜନତୋଷଣ’କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ବରିଷ୍ଠ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କ ନାମ ବାରମ୍ବାର ସାମ୍ନାକୁ ଆସୁଛି। ଏବେ ଚଙ୍କି ଏ ସଂପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ବୁଝିପାରୁନି, ବଲିଉଡ୍‌ରେ ଇନ୍‌ସାଇଡର୍‌ ଓ ଆଉଟ୍‌ ସାଇଡର୍‌ ଶବ୍ଦ ଆସିଲା କେଉଁଠୁ। ଯେଉଁ ମୁହୂର୍ତ୍ତରେ ଜଣେ ନିଜର ପ୍ରଥମ ଚଳଚ୍ଚିତ୍ର ପାଇଁ ଚୁକ୍ତିପତ୍ର ଦସ୍ତଖତ କରେ, ସେହି ମୁହୂର୍ତ୍ତରୁ ହିଁ ସେ ଏହି ଚଳଚ୍ଚିତ୍ର ଦୁନିଆର ଏକ ଅଂଶ ହୋଇଯାଏ।
ବଲିଉଡ୍‌ରେ ସ୍ବଜନତୋଷଣ ଯୋଗୁଁ ତାଙ୍କ ଝିଅ ଫିଲ୍ମ ପାଉଥିବା ଅଭିଯୋଗ ଉପରେ ଚଙ୍କି କହିଛନ୍ତି, ମୋ ବାପା-ମା’ ଉଭୟ ସଫଳ ଡାକ୍ତର ଥିଲେ। ମୁଁ ବି ଡାକ୍ତର ହେବାକୁ ଚାହୁଥିଲି। କିନ୍ତୁ ପାରିଲିନି। ତେଣୁ ଅଭିନୟ ଜଗତକୁ ଚାଲି ଆସିଲି। ଠିକ୍‌ ସେହିଭଳି ଆଜିକାଲିର ଯୁବପିଢ଼ି ନିଜ ଇଚ୍ଛାରେ ନିଜ ଜୀବିକା ଚୟନ କରୁଛନ୍ତି। ମୁଁ କେବେ ଅନନ୍ୟାକୁ ଅଭିନୟ କରିବାକୁ ବାଧ୍ୟ କରିନି। ସେ ଆହୁରି କହିଛନ୍ତି, ମୁଁ ଯେତେବେଳେ ବହୁ ସଂଘର୍ଷ ପରେ ଚଳଚ୍ଚିତ୍ର‌ରେ ଅଭିନୟ କରିବାର ସୁଯୋଗ ପାଇଲି, ମୁଁ ବି କାହା ସୁପାରିସ୍‌ରେ ବଲିଉଡ୍‌କୁ ଆସିଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ଜୀବନରେ ଏମିତି ଅନେକ ଘଟଣା ଘଟେ। ଆମେ ସବୁ କଥାରେ ଯୁକ୍ତି କରିବା ଜରୁରି ନୁହେଁ।

ସମ୍ବନ୍ଧିତ ଖବର