ସୁନ୍ଦରଗଡ଼ ସହରରେ ଦିଲୀପ, ଯୋଗେଶଙ୍କ ପତ୍ନୀ ମାଗିଲେ ଭୋଟ୍‌

ସବୁଠି ଉତ୍ସାହ, ସବୁଠି ସ୍ବାଗତ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କି ଓ ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ଶନିବାର ଅପରାହ୍ନରେ ଶହ ଶହ ସମର୍ଥକଙ୍କ ସହ ସୁନ୍ଦରଗଡ଼ ସହରର ୨ ନମ୍ବର ୱାର୍ଡର ଘରକୁ ଘର ଯାଇ ଭୋଟ ମାଗିଛନ୍ତି। କିମ୍ବଦନ୍ତୀ ହକି ତାରକା ଦିଲୀପଙ୍କୁ ପାଖରେ ପାଇ ଲୋକେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଅନେକ ତାଙ୍କ ସହ ଫଟୋ ଉଠାଇଥିଲେ। ସବୁଠି ଲୋକେ ଦିଲୀପ ଓ ଶ୍ରଦ୍ଧାଞ୍ଜଳିଙ୍କୁ ସ୍ବାଗତ କରିଥିଲେ।

ଏହି ସମୟରେ ଭୋଟ ପାଇଁ ହାତ ଯୋଡ଼ି ନିବେଦନ କରୁଥିବା ବେଳେ ଭୋଟର ବି ପ୍ରତି ନମସ୍କାର ଦେଇ ସମ୍ମତି ଜଣାଉଥିବା ଦେଖାଯାଇଥିଲା। ସମଲେଇ ମନ୍ଦିରରୁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଦିଲୀପ ଓ ଶ୍ରଦ୍ଧାଞ୍ଜଳିଙ୍କ ସହ ସମର୍ଥକ ୱାର୍ଡର ପ୍ରତିଟି ଘରକୁ ଯାଇ ବିଜୁ ଜନତା ଦଳର ପ୍ରଚାରପତ୍ର ଓ କ୍ୟାଲେଣ୍ଡର ଦେଇ ଯୋଡ଼ିଏ ଶଂଖରେ ଇଭିଏମ ବଟନ ଟିପି ବିଜୟୀ କରିବାକୁ ନିବେଦନ କରିଥିଲେ। ପ୍ରଚାରରେ ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ପୌରପାର୍ଷଦ ଅନିଲ ମହାପାତ୍ର, ସୁମନ୍ତ ସାହୁ, ଅସିତ ରାୟ, ଛାତ୍ର ନେତା ସହବାଜ ହୁସେନ, ସୁନିଲ ମହାପାତ୍ର, ତ୍ରିଲୋଚନ କୋକଙ୍କ ସମେତ ବହୁ କର୍ମକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର