ଏବେ ବି ପୂର୍ବ ପ୍ରେମିକା ବିପାଶାଙ୍କ ସ୍ଥାନ କାହାକୁ ଦେଇନାହାନ୍ତି ଅଭିନେତା ଡିନୋ ମୋରିୟା

ମୁମ୍ବାଇ: ସିନେ ଇଣ୍ଡଷ୍ଟ୍ରିରେ ଅନେକ କଳାକାର ଅଛନ୍ତି, ଯିଏକି ୪୦-୫୦ ବର୍ଷ ବୟସରେ ବି କୁଆଁରା ଅଛନ୍ତି। ସେହି କଳାକାରମାନଙ୍କ ମଧ୍ୟରେ ଡିନୋ ମୋରିୟା ବି ସାମିଲ୍‌। ୯୦ ଦଶକର ଏହି କଳାକାର ‘ପ୍ୟାର୍‌ ମେ କଭି କଭି’ ସିନେମାରୁ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ।

ଏହାପରେ ସେ ୨୦୦୨ ମସିହାରେ ବିପାଶ ବସୁଙ୍କ ସହ ‘ରାଜ୍‌’ ଚଳଚ୍ଚିତ୍ରରେ ନଜର ଆସିଲେ। ତାଙ୍କର ଏହି ଫିଲ୍ମଟି ସୁପର୍‌ ଡୁପର୍‌ ହିଟ୍‌ ହେବା ସହ ଅଭିନେତାଙ୍କୁ ଏକ ନୂଆ ପରିଚୟ ମିଳିଲା। ‘ରାଜ୍‌’ରେ ବିପାଶା ଓ ଡିନୋଙ୍କ ଚରିତ୍ରକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ଦୀର୍ଘ ୬ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରିବା ପରେ ଶେଷରେ ଅଲଗା ହୋଇଗଲେ।

ଏବେ ଡିନୋଙ୍କୁ ୪୮ ବର୍ଷ ହୋଇ ସାରିଥିଲେ ବି ସେ ଏକୁଟିଆ ଅଛନ୍ତି। ତାଙ୍କ ପୂର୍ବ ପ୍ରେମିକା ବିପାଶା ବିବାହ କରି ଘରସଂସାର କରି ସାରିଥିଲେ ମଧ୍ୟ ସେଇଟି ଅ‌ଟକି ଯାଇଛନ୍ତି ଅଭିନେତା। ଏକ ସାକ୍ଷାତ୍‌କାରେ ସେ ବିପାଶାଙ୍କୁ ତାଙ୍କର ସବୁଠାରୁ ପ୍ରିୟ ସହ କଳାକାର ଓ ‘ରାଜ୍‌’କୁ ନିଜର ପ୍ରିୟ ଫିଲ୍ମ ବୋଲି କହିଥିଲେ।

ଏପଟେ  ୪୩ବର୍ଷ ବୟସରେ ମା’ ହୋଇ ସାରିଛନ୍ତି ବିପାଶା ବସୁ। ବିପାଶା ଓ ତାଙ୍କ ସ୍ବାମୀ କରଣ ସିଂହ ଗ୍ରୋଭର ଝିଅର ନାମ ରଖିଛନ୍ତି ଦେବୀ ବସୁ ସିଂହ ଗ୍ରୋଭର। ବିପାଶା ଓ କରଣଙ୍କ କଥା କହିବା ତ ଦୁହେଁ ୨୦୧୬ ମସିହାରେ ବିବାହ କରିଥିଲେ। ବିବାହର ୬ ବର୍ଷ ପରେ ୨୦୨୨ ମସିହାରେ ବିପାଶା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧିତ ଖବର