ଜାଣନ୍ତୁ କେଉଁ ଦେଶ ପ୍ରଥମେ ଓ କେଉଁ ଦେଶ ଶେଷ‌ରେ ପାଳେ ନବବର୍ଷ

ନୂଆଦିଲ୍ଲୀ: ୨୦୨୩ ସରି ସରି ଆସୁଥିବା ବେଳେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମଗ୍ର ବିଶ୍ୱବାସୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସର୍ବପ୍ରଥମେ ୨୦୨୪ରେ ପାଦ ରଖିଛି ନ୍ୟୁଜିଲ୍ୟାଣ୍ଡ। ବାଣ ଫୁଟାଇ ଏହି ଦେଶ ନୂଆବର୍ଷ ପାଳନ କରିସାରିଥିବା ବେଳେ ଅନ୍ୟ ଦେଶମାନେ ମଧ୍ୟ ନୂଆ ବର୍ଷରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ କେଉଁ ଦେଶ କେତେବେଳେ ନୂଆବର୍ଷ ପାଳନ କରେ, ଆପଣମାନେ ଜାଣନ୍ତି କି? ଆସନ୍ତୁ ଜାଣିବା…

୧. ନ୍ୟୁଜିଲ୍ୟାଣ୍ଡ – ଡିସେମ୍ବର ୩୧(ଭାରତୀୟ ସମୟ ୪.୩୦ ଅପରାହ୍ନ)
୨. ଅଷ୍ଟ୍ରେଲିଆ – ଡିସେମ୍ବର ୩୧ (ଭାରତୀୟ ସମୟ ୬.୩୦ ସନ୍ଧ୍ୟା)
୩. ଜାପାନ, ଦକ୍ଷିଣ ଏବଂ ଉତ୍ତର କୋରିଆ – ଡିସେମ୍ବର ୩୧ (ଭାରତୀୟ ସମୟ ରାତି ୮.୩୦)
୪. ଚୀନ୍, ମାଲେସିଆ, ସିଙ୍ଗାପୁର, ହଂକଂ, ଫିଲିପାଇନ୍ସ – ଡିସେମ୍ବର ୩୧(ଭାରତୀୟ ସମୟ ରାତି ୯.୩୦)
୫. ଥାଇଲ୍ୟାଣ୍ଡ, ଭିଏତନାମ, କମ୍ବୋଡିଆ – ଡିସେମ୍ବର ୩୧ ( ଭାରତୀୟ ସମୟ ରାତି ୧୦.୩୦)
୬. ଭାରତ, ଶ୍ରୀଲଙ୍କା
୭. ୟୁଏଇ, ଓମାନ, ଆଜେରବାଇଜନ – ଜାନୁଆରି ୧ (ଭାରତୀୟ ସମୟ ମଧ୍ୟରାତ୍ରୀ ୧.୩୦)

୮. ଗ୍ରୀସ୍, ଦକ୍ଷିଣ ଆଫ୍ରିକା, ସାଇପ୍ରସ୍, ଇଜିପ୍ଟ, ନାମିବ୍ୟା – ଭାରତୀୟ ସମୟ ଓ ତାରିଖ (ଜାନୁଆରି ୧, ଭୋର ୩.୩୦)
୯. ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ମୋରୋକ୍କୋ, କଙ୍ଗୋ, ମାଲ୍ଟା- ଭାରତୀୟ ସମୟ ଓ ତାରିଖ (ଜାନୁଆରି ୧, ଭୋର ୪.୩୦)
୧୦. ବ୍ରିଟେନ, ଆୟର୍ଲାଣ୍ଡ, ପର୍ତ୍ତୁଗାଲ – ଭାରତୀୟ ସମୟ ଓ ତାରିଖ (ଜାନୁଆରି ୧, ଭୋର ୫.୩୦)
୧୧. ବ୍ରାଜିଲ, ଆର୍ଜେଣ୍ଟିନା, ଚିଲି – ଭାରତୀୟ ସମୟ ଓ ତାରିଖ (ଜାନୁଆରି ୧, ସକାଳ ୮.୩୦)
୧୨. ବେକର ଦ୍ୱୀପ, ହାୱଲାଣ୍ଡ ଦ୍ୱୀପ – ଭାରତୀୟ ସମୟ ଓ ତାରିଖ (ଜାନୁଆରି  ୧, ସନ୍ଧ୍ୟା ୫.୩୦)

ସମ୍ବନ୍ଧିତ ଖବର