ବାପାଙ୍କ ପାଇଁ ରୋଷେଇ ଶିଖିପାରିଲେନି ପ୍ରିୟଙ୍କା

ମୁମ୍ବାଇ: କେବଳ ବଲିଉଡରେ ନୁହେଁ, ହଲିଉଡରେ ମଧ୍ୟ ନିଜର ସ୍ବତନ୍ତ୍ର ସ୍ଥ‌ାନ ତିଆରି କରିବାରେ ସଫଳ ହୋଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ନିଜର ବିବୃତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରିୟଙ୍କା ଏବେ ଏକ ବଡ଼ ଖୁଲାସା କରିଛନ୍ତି। ଏତେ ବର୍ଷ ମଧ୍ୟରେ ପ୍ରିୟଙ୍କା ରୋଷେଇ ଶିଖିନଥିବା ଓ ଶିଖିବାକୁ ଚାହିନଥିବା କହିଛନ୍ତି। ତାଙ୍କ ବାପାଙ୍କ ପାଇଁ ସେ ରୋଷେଇ ଶିଖିନଥିବା ଏକ ସାକ୍ଷାତକାରରେ ଜଣାଇଛନ୍ତି।

ଏକ ଭୋଗ୍ ଭିଡିଓରେ ‌ସେ ଏହି ଖୁଲାସା କରିଛନ୍ତି। ତାଙ୍କ କହିବା ମୁତାବକ, “ମୋ ବାପା ଏକ ରକ୍ଷଣଶୀଳ ପରିବାରରେ ବଢ଼ିଥିଲେ ଏବଂ ତାଙ୍କ ପରିବାରରେ ଅନେକ ଝିଅଙ୍କୁ ସବୁବେଳେ ଅନୁଭବ କରାଯାଉଥିଲା ଯେ ସେମାନେ ରୋଷେଇ ଘରେ ରହିବା ଉଚିତ୍। ଏହା ଏକ ସାମାଜିକ ଚାପ। ସେ ଚାହୁଁ ନଥିଲେ ଯେ ମୁଁ ସେପରି ଜୀବନ ବଞ୍ଚେ। ତେଣୁ ସେ ମୋତେ ରୋଷେଇ ଘରକୁ ଯିବା ପାଇଁ ସବୁବେଳେ ନିରୁତ୍ସାହିତ କରୁଥିଲେ। ଭୁଲରେ ମୁଁ ରୋଷେଇ ଘରକୁ ଚାଲିଯାଉଥି‌ଲେ ‌ସେ ମୋତେ ତୁରନ୍ତ ବାହାରକୁ ଆସିବା ପାଇଁ କହୁଥିଲେ। ତେଣୁ ମୁଁ ରୋଷେଇ ଶିଖି ପାରିଲି ନାହିଁ।

ନିଜ ଝିଅ ବିଷୟରେ କହିବାକୁ ଯାଇ ପ୍ରିୟଙ୍କା କହିଛନ୍ତି, ଭଗବାନଙ୍କୁ ଧନ୍ୟବାଦ ଜଣାଇବି ଯେ, ମୋ ଝିଅ ଖାଇବାକୁ ଭଲପାଉଛି। ଆମେ ସେଥିପାଇଁ ତାକୁ ଆମ ସହ ଖାଇବା ପାଇଁ ନେଇଥାଉ। ଆମେ ଯାହା ଖାଉ ସେ ମଧ୍ୟ ତାହା ଖାଏ। ସେ ସବୁବେଳେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ପସନ୍ଦ କରେ।

ସମ୍ବନ୍ଧିତ ଖବର