କିଛି ଅଘଟଣ ଘଟିଲେ ମା’କୁ ନା ପ୍ରେମିକା କାହାକୁ ବଞ୍ଚାଇବ ପ୍ରଶ୍ନର ହୃଦୟସ୍ପର୍ଶୀ ‌ଉତ୍ତର ଦେଇଥିଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପ୍ରେମିକାମାନଙ୍କୁ ନେଇ ସର୍ବଦା ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ଇତିମଧ୍ୟରେ ସଲମାନଙ୍କ ଜୀବନରେ ଅନେକ ଯୁବତୀ ଆସିଛନ୍ତି ଓ ଚାଲି ମଧ୍ୟ ଯାଇଛନ୍ତି। ସଲମାନ କେବେ ବିବାହ କରିବେ ତାହା ଆଜି ବି ତାଙ୍କ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନବାଚୀ ହୋଇ ରହିଛି।

ଏକଦା ସଲମାନଙ୍କ ପ୍ରେମିକା ଥିବା ଜଣେ ଯୁବତୀ ଅଭିନେତାଙ୍କୁ ପ୍ରଶ୍ନ କରିଥିଲେ, ‘ଆମେ ଏକ ଡଙ୍ଗାରେ ଯାଉଛେ। ସେ ଡଙ୍ଗାରେ ତିନିଜଣ ବସିଛୁ। ଏହି ତିନିଜଣ ହେଲେ ତୁମେ, ମୁଁ  ଓ ତୁମର ମା’। ଯିବା ସମୟରେ ଯଦି କିଛି ଅଘଟଣ ଘଟେ ତେବେ ତୁମେ କାହାକୁ ବଞ୍ଚାଇବ?

ଏହି ପ୍ରଶ୍ନର  ସଲମାନ ଖାନ ଏକ ହୃଦୟସ୍ପର୍ଶୀ ଉତ୍ତର ଦେଇ କହିଥିଲେ, ‘ପ୍ରେମିକା ହୁଅନ୍ତୁ ଅବା ସ୍ତ୍ରୀ ଦ୍ବିତୀୟଥର ମିଳିପାରିବେ କିନ୍ତୁ ମା’କୁ ଥରେ ହରାଇ ଦେଲେ ସେ ଆଉ ମିଳିବ ନାହିଁ।’

ସଲମାନ ଖାନଙ୍କ ପିତା ସଲିମ ଖାନ ୧୯୬୪ ମସିହାରେ ସୁଶୀଲା ଚରକ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ, ଯିଏ ମରାଠୀ ହିନ୍ଦୁ ପରିବାରରୁ ଆସିଥିଲେ। ତେବେ ବିବାହ ପରେ ସେ ନିଜ ନାମ ସଲମା କରି ଇସଲାମ ଧର୍ମକୁ ଗ୍ରହଣ କରିଥିଲେ।

ସଲମାନ ତାଙ୍କ ମା’ଙ୍କୁ ଖୁବ ଭଲ ପାଆନ୍ତି। ପ୍ରାୟତଃ ସଲମାନ ଯେଉଁ ଭିଡିଓ ଏବଂ ଫଟୋ ସେୟାର କରନ୍ତି ସେଥିରେ ସେ ମା’ଙ୍କ ସହିତ ଥିବାର ଦେଖିବାକୁ ମିଳିଥ‌ାଏ। |

ସମ୍ବନ୍ଧିତ ଖବର