କ୍ରିକେଟର ହରଭଜନଙ୍କ ଠାରୁ ଚାପୁଡା ଖାଇବା ଘଟଣାକୁ ନେଇ ବିଗ୍‌ ବସ୍‌ ଘରେ ମୁହଁ ଖୋଲିଲେ ଶ୍ରୀଶାନ୍ତ

ନୂଆଦିଲ୍ଲୀ:ବିଗ ବସ୍‌ ଘରକୁ ଆସିଥିବା ପୂର୍ବତନ କ୍ରିକେଟର ଶ୍ରୀଶାନ୍ତ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହି ଦୁଃଖ ପ୍ରକାଶ କରି ଥିବାର ଦେଖିବାକୁ ମିଳିଛି। କିନ୍ତୁ ସେ ଖୋଲାଖୋଲି ଭାବେ ନିଜ ବିବାଦୀୟ କ୍ରିକେଟ କ୍ୟାରିୟରକୁ ନେଇ କେବେ କିଛି ବି କହି ନଥାଆନ୍ତି। ନିକଟରେ ବିଗ୍‌ ବସ୍‌ ଘରେ ହୋଇଥିବା ଏକ ଟାକ୍ସ ଜରିଆରେ ଶ୍ରୀଶାନ୍ତ ନିଜର ଓ କ୍ରିକେଟର ହରଭଜନଙ୍କ ମଧ୍ୟରେ ହୋଇଥିବା ବିବାଦ ବିଷୟରେ ମୁହଁ ଖୋଲିଥିଲେ।

ବିଗ୍‌ ବସ୍‌ ଘରେ ସୁରଭି ରାଣା ଶ୍ରୀଶାନ୍ତଙ୍କୁ ପ୍ରଶ୍ନ କରିିଥିଲେ କି ଆପଣଙ୍କୁ ହରଭଜନ କାହିଁକି ଚାପୁଡା ମାରିଥିଲେ। ଏହି ମାମଲାଟି କ’ଣ ଥିଲା? ଶ୍ରୀଶାନ୍ତ ବି ସେହି ବିବାଦ ବିଷୟରେ କହୁଥିବାର ଭିଡିଓରେ ନଜର ଆସୁଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ସମସ୍ତ ମାମଲା ୨୦୦୮ରେ ହୋଇଥିବା ସ୍ଲେପଗେଟ କାଣ୍ଡ ସହିତ ଜଡ଼ିତ ଅଛି। ଆଇପିଏଲ୍‌ ପୂର୍ବରୁ ସିଜନ୍‌ରେ ମୁମ୍ବାଇ ଇଣ୍ଡିୟାନ୍‌ର ଖେଳାଳି ହରଭଜନ ସିଂହ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଖେଳାଳି ଏସ୍‌. ଶ୍ରୀଶାନ୍ତଙ୍କୁ ଚାପୁଡା ମାରିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ଏହି ଘଟଣାର ସମାଧାନ ହୋଇଯାଇଥିଲା। ଏବେ ପୁଣିଥରେ ଏହି ମାମଲା ବିଗ୍‌ ବସ୍‌ ଘରେ ଚର୍ଚ୍ଚାର ପରିସରକୁ ଆସିଛି।

ସମ୍ବନ୍ଧିତ ଖବର