ଯେବେ ଶାହାରୁଖଙ୍କ ସାମ୍ନାରେ ତାଙ୍କ ଅଭିନୟ କରିଥିଲେ ସୁଶାନ୍ତ…ଭିଡିଓ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଅନେକ ଦିନ ବିତି ଯାଇଥିଲେ ବି ଏବେ ମଧ୍ୟ ଲୋକଙ୍କ ମନରୁ ଲିଭିନି ସୁଶାନ୍ତଙ୍କ ଜଲୱା। ତାଙ୍କର ହସ ହସ ମୁହଁ ସାଙ୍ଗକୁ କମେଡି କରିବାର ଅନ୍ଦାଜ ସଭିଙ୍କୁ ମତୁଆଲା କରୁଥିଲା। ଖାଲି ଦର୍ଶକ ନୁହଁନ୍ତି, ବରଂ ସେଲିବ୍ରେଟିମାନେ ବି ସୁଶାନ୍ତଙ୍କ ଅନ୍ଦାଜକୁ ଖୁବ୍ ପସନ୍ଦ କରୁଥିଲେ।

ଥ‌ରେ ଏକ ମଞ୍ଚରେ କିଙ୍ଗ୍‌ ଖାନ ଶାହାରୁଖଙ୍କୁ ଖୁସି କରାଇ ଦେଇଥିଲେ ସୁଶାନ୍ତ। ‌ସେ ଶାହାରୁଖଙ୍କ ସାମ୍ନାରେ ତାଙ୍କର ଏକ ଅଭିନୟ କରି ଦେଖାଇବା ପରେ ଖୁସିରେ କୁଣ୍ଢାଇ ପକାଇଲେ ଶାହାରୁଖ୍‌। ସୁଶାନ୍ତଙ୍କର ସେହି ଭିଡିଓଟି ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଘୂରି ବୁଲିବାରେ ଲାଗିଛି।

 

ସୁଶାନ୍ତ ବେଶ୍‌ ମଜାକିଆ ଅନ୍ଦାଜରେ କହୁଥିବାର ନଜର ଆସିଛନ୍ତି କି ଯଦି ଆମେ ସ୍କୁଲ୍‌ କିମ୍ବା କଲେଜ୍‌ରେ ଶାହାରୁଖ ଖାନଙ୍କର ଅଭିନୟ ଠିକ୍‌ ଭାବେ କରି ଦେଉଥିଲୁ ତେବେ ଆମେ ସବୁ ଯୁବତୀଙ୍କ ସାମ୍ନାରେ ମୋଷ୍ଟ୍‌ ଏଲିଜିବଲ୍‌ ବ୍ୟାଛ୍‌ଲର ହୋଇ ଯାଉଥିଲୁ।

ସେହି ଅଭିନୟ ମଞ୍ଚରେ କରିବା ପାଇଁ ଶାହାରୁଖଙ୍କୁ ଅନୁମତି ମାଗିଲେ ସୁଶାନ୍ତ। ଶାହାରୁଖ ଅନୁମତି ଦେବା ପରେ ସୁଶାନ୍ତ ମଞ୍ଚରେ କିଙ୍ଗ୍‌ ଖାନଙ୍କର ଏକ ଅଭିନୟ କରିଥିବାର ଦେଖିବାକୁ ମିଳିଛନ୍ତି। ପରେ କିଙ୍ଗ୍‌ ଖାନ ଖୁସି ହୋଇ ସୁଶାନ୍ତଙ୍କୁ କୁଣ୍ଢାଇ ପକାଉଛନ୍ତି।

ସମ୍ବନ୍ଧିତ ଖବର