ଲୋକଙ୍କ ଜୀବନ ବଞ୍ଚାଇଥିବା ପାକିସ୍ତାନୀ ବ୍ୟକ୍ତିକୁ ନାଗରିକତା ଦେବେ ଅଷ୍ଟ୍ରେଲିଆ ସରକାର

ସିଡନୀ: ସାଧାରଣତଃ ପାକିସ୍ତାନୀ ଲୋକମାନେ ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସାରା ବିଶ୍ବରେ କୁଖ୍ୟାତ । କିନ୍ତୁ ପ୍ରଥମ ଥର ପାଇଁ ଜଣେ ପାକିସ୍ତାନୀ ବ୍ୟକ୍ତି ଲୋକଙ୍କ ଜୀବନ ବଞ୍ଚିାଇ ଚର୍ଚ୍ଚାକୁ ଚାଲିଆସିଛନ୍ତି । ସେ ହେଉଛନ୍ତି ମହମ୍ମଦ ତାହା । ଗତ ସପ୍ତାହରେ ହୋଇଥିବା ସିଡନୀ ସପିଂ ମଲ୍ ଆକ୍ରମଣ ବେଳେ ସେ ଉକ୍ତ ମଲରେ ସୁରକ୍ଷା କର୍ମୀ ଥିଲେ । ଆକ୍ରମଣ ବେଳେ ସେ ନିଜ ଜୀବନକୁ ବିପନ୍ନ କରି ଲୋକଙ୍କ ଜୀବନ ବଞ୍ଚାଇଥିଲେ ।

ଅଷ୍ଟ୍ରେଲିଆର ସିଡନୀ ସହରର ଯେଉଁ ସପିଂ ମଲ୍ ରେ ଛୁରୀ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି, ତାହା ଗୁରୁବାର ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ କହିଛନ୍ତି ଯେ ଆକ୍ରମଣକାରୀଙ୍କ ସହ ଲଢ଼ିବା ସମୟରେ ଆହତ ହୋଇଥିବା ପାକିସ୍ତାନୀ ସୁରକ୍ଷା କର୍ମୀ ମହମ୍ମଦ ତାହାଙ୍କୁ ନାଗରିକତା ଦେବା ପାଇଁ ସେ ବିଚାର କରିବେ।

ଗତ ସପ୍ତାହରେ ଶନିବାର ଦିନ ସିଡ୍ନିର ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନରେ ହୋଇଥିବା ଆକ୍ରମଣ ପରେ ଗତ ତିନି ଦିନ ମଧ୍ୟରେ ସହରରେ ଆଉ ଦୁଇଟି ଛୁରାମାଡ଼ ଘଟଣା ଘଟିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୁରକ୍ଷା କର୍ମୀ ମହମ୍ମଦ ତାହାଙ୍କ ସମେତ ଶନିବାର ଆକ୍ରମଣରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସହାୟତା କରିଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆଲବାନିସ୍ ପ୍ରଶଂସା କରିଛନ୍ତି। ଆକ୍ରମଣରେ ତାହାଙ୍କ ପେଟରେ ଛୁରି ମାଡ଼ ହୋଇଥିଲା। ତାହା ଏବେ ଅସ୍ଥାୟୀ ଭିସାରେ ଅଷ୍ଟ୍ରେଲିଆରେ କାମ କରୁଛନ୍ତି। କିଛି ସପ୍ତାହ ମଧ୍ୟରେ ତାଙ୍କ ଭିସା ଅବଧି ଶେଷ ହେବାକୁ ଯାଉଛି। ଆଲବାନାନ କହିଛନ୍ତି ଯେ ତାଙ୍କ ସରକାର ତାହାକୁ ନାଗରିକତା ଦେବା ପାଇଁ ବିଚାର କରିବେ।

 

ସମ୍ବନ୍ଧିତ ଖବର