ଭୁଶୁଡ଼ିଲା ମାଟି ଅତଡ଼ା, ଝୁଲି ରହିଲା କାର

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଆଜି ମାଟି ଅତଡ଼ା ଭୁଶୁଡି ପଡିବାରୁ ତିନିଟି କାର ମାଟି ତଳେ ଦବିଯାଇଥିବାବେଳେ ଗୋଟିଏ କାର ଝୁଙ୍କି ରହିଥିଲା | ଗୁରୁଗ୍ରାମର ଉଦ୍ୟୋଗ ବିହାର ଅଞ୍ଚଳରେ ଏକ ପାଚେରୀ କଡରେ ମାଟି ଖୋଳାଯାଉଥିଲା ତେବେ ପାଚେରୀଟି ଓଦା ଥିବାରୁ ଏହା ଭୁଶୁଡିପଡିଥିଲା ଯାହାପାହାଳରେ ପାଚେରୀ କଡରେ ଥିବା ତିନିଟି କାର ମଧ୍ୟ ଗାତ ମଧ୍ୟରେ ଦାବି ହୋଇ ରହିଯାଇଥିଲା | ତେବେ ଗୋଟିଏ କାର ଝୁଲି ରହିଥିବାର ଦେଖିବାକୁ ମିଳିଥିଲା |

ଏଭଳି ଏକ ଅଘଟଣ ଘଟିଯାଇଥିଲେ ବି ସୌଭାଗ୍ୟବଶତଃ କୌଣସି ଲୋକ ଆହତ ହୋଇନାହାଁନ୍ତି | ମିଳିଥିବା ସୂଚନା ମୁତାବକ ପ୍ରବଳ ବର୍ଷା ହୋଇଥିବାରୁ ମାଟି ଓଦା ଥିଲା | ଯାହାଫଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମାଟି ଖୋଲିବା ସମୟରେ ଏହା ଦବି ଯାଇଥିଲା |

ତେବେ ମାଟି ଦବିଯିବାରୁ ଏହାକୁ ଲାଗିଥିବା ପାଚେରୀ ଭୁଶୁଡିପଡିଥିଲା | ପାଚେରୀ କଡରେ ଛିଡା ହୋଇଥିବା କାରଗୁଡିକ ଦେଖୁଦେଖୁ ଗାତ ଭିତରେ ଖସିପଡିଥିଲା | ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା |

ସମ୍ବନ୍ଧିତ ଖବର