ଲାୟନ: ଅର୍ଧନଗ୍ନ ଅବସ୍ଥାରେ ହେଉ ବା ନଗ୍ନ ଅବସ୍ଥାରେ ହେଉ, ଚ୍ୟାର୍‌ରେ ହେଉ ବା ଖଟିଆ ଉପରେ ହେଉ। ପ୍ୟାରିସ୍‌ର ଅଧିକାଂଶ ବେଶ୍ୟାଳୟରେ ଗ୍ରାହକଙ୍କୁ ‘ସେକ୍ସ ଡଲ୍‌’ ସେବା ପ୍ରଦାନ କରାଯାଇଥାଏ। ଏହି ପ୍ଲାଷ୍ଟିକ୍‌ ଡଲ୍‌ଗୁଡ଼ିକ ଦୁଷ୍କର୍ମକୁ ପ୍ରୋତ୍ସାହନା ଦେଉଛି ବୋଲି ଏବେ ଅଭିଯୋଗ ହୋଇଛି।

Advertisment

ଚଳିତବର୍ଷ ଫେବ୍ରୁଆରି ମାସରୁ, ସହରର ଦକ୍ଷିଣାଞ୍ଚଳ ଥିବା ଏକ ଆପାର୍ଟମେଣ୍ଟରେ ଚାଲୁଥିବା ବେଶ୍ୟାଳୟରେ ୪ଟି ଭିନ୍ନ ଧରଣର ‘ସେକ୍ସ ଡଲ୍‌’ ରହିଛି। ଏହି ଡଲ୍‌ଗୁଡ଼ିକର ଦର ରହିଛି ଘଣ୍ଟାକୁ ୮୯ ୟୁରୋଜ୍‌(୧୧୦ ଡଲାର୍‌)। ଉତ୍ତରରେ ଥିବା ଐତିହାସିକ ରେଡ୍‌ ଲାଇଟ୍‌ ଜିଲ୍ଲାଠାରୁ ଏହା ଖୁବ୍‌ ଦୂରରେ।

ସଂପୃକ୍ତ ଅଞ୍ଚଳର କିଛି ଲୋକ ଏବଂ ମସିଳାଙ୍କର ଏକ ଗୋଷ୍ଠୀ ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତିକରି ପ୍ୟାରିସ୍‌ ପରିଷଦ ଏହି ବ୍ୟବସାୟକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି।

publive-image

ଏନେଇ ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ ଉଠାଇଛନ୍ତ ଏକ୍‌ସଡଲ୍‌ ବ୍ୟବସାୟୀ। କାନୁନ କେବେ ଭାଙ୍ଗି ଗଲା ବୋଲି ସେ ସହରର ଅଧିକାରୀମାନଙ୍କୁ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଭିଯୋଗ ହୋଇଛି ଯେ ୩ ରୁମ୍‌ ବିଶିଷ୍ଟ ଉକ୍ତ ଆପାର୍ଟମେଣ୍ଟ୍‌ରେ ଚାଲୁଥିବା କାର୍ଯ୍ୟର ପାଖ ଲୋକଙ୍କ ଉପରେ ପ୍ରଭାବ ପଡ଼େ। ଉକ୍ତ ଡଲ୍‌ରୁ ଆସୁଥିବା ଶବ୍ଦ ଏକ ଦୁଷ୍କର୍ମ ପୀଡ଼ିତାର ଚିତ୍କାର ପରି ଶୁଭୁଥିବାରୁ ଏହା ଦୁଷ୍କର୍ମକୁ ପ୍ରୋତ୍ସାହନା ଦେଉଛି।

ଅନ୍ୟପକ୍ଷରେ ଏ ସଂପର୍କରେ ପଡ଼ୋଶୀଙ୍କ ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ।