ଭାରତୀୟ ମିଲିଟାରି ଏକାଡେମିରୁ ପ୍ରଶିକ୍ଷଣ ନେଇଥିଲେ ତାଲିବାନର ରାଜନୈତିକ ମୁଖ୍ୟ ଶେର୍ ମହମ୍ମଦ

କାବୁଲ: ଇଣ୍ଡିଆନ୍ ମିଲିଟାରି ଏକାଡେମିରୁ ପ୍ରଶିକ୍ଷଣ ନେଇଥିଲେ ତାଲିବାନର ରାଜନୈତିକ ମୁଖ୍ୟ ଶେର୍ ମହମ୍ମଦ ଅବ୍ବାସ ସ୍ତାନିକଜାଇ। ଭାରତରେ ପ୍ରଶିକ୍ଷଣ ନେବା ପରେ ସେ ଆଫଗାନ ସେନାରେ ଯୋଗ ଦେଇ କାମ ଆରମ୍ଭ କରିଥିଲେ।  ଆଜି ସେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ। ଭାରତରେ ଆଫଗାନ୍ ଛାତ୍ରଙ୍କୁ ଉଚ୍ଚଶିକ୍ଷା ଅନୁମତି ଥିଲା ଓ ଡେରାଡୁନରେ ଥିବା ଇଣ୍ଡିଆନ ମିଲିଟାରି ଏକାଡେମି (ଆଇଏମଏ) ରେ ଶେର୍ ମହମ୍ମଦ ଅବ୍ବାସ ପ୍ରଶିକ୍ଷଣ ଲାଗି ନାମ ଲେଖାଇ ଥିଲେ। ସେତେବେଳେ ଶିକ୍ଷକ ଓ ସହପାଠୀ  ‘ଶେରୁ’ ବୋଲି ଡାକୁଥିଲେ ବୋଲି ଜଣାପଡ଼ିଛି।

ରାଜନୀତି ବିଜ୍ଞାନ ଅଧ୍ୟୟନ କରିବା ପରେ ଶେର୍ ମହମ୍ମଦ ସ୍ତାନିକଜାଇ ଆଇଏମଏରେ ଯୋଗ ଦେଇଥିଲେ। ଶେର ମହମ୍ମଦଙ୍କୁ ୨୦ବର୍ଷ ହୋଇଥିଲା ଯେତେବେଳେ ସେ ଡେରାଡୁନରେ ଆଇଏମଏରେ ଭର୍ତ୍ତି ହୋଇଥିଲେ | ଦେଢ଼ ବର୍ଷ ପର୍ଯ୍ୟନ୍ତ ତାଲିମ ନେବା ପରେ ‌ସେ ଆଫଗାନିସ୍ତାନ ସେନାରେ ଲେପ୍ଟନାଣ୍ଟ ଭାବେ ଯୋଗଦେଇଥିଲେ। ଏହା ପରେ ସେ ସୋଭିଏତ୍-ଆଫଗାନିସ୍ତାନ ଯୁଦ୍ଧ ଏବଂ ଆଫଗାନିସ୍ତାନର ଇସଲାମିକ୍ ମୁକ୍ତିଯୁଦ୍ଧ ଲଢ଼ିଥିଲେ। ହେଲେ ଏବେ ସେ ତାଲିବାନର ଜଣେ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ। ସେ ତାଲିବାନ ଶାସନ ପରିଚାଳନାର ଏକ ପ୍ରମୁଖ ଅଂଶ ହେବେ ବୋଲି କୁହାଯାଉଛି।

indiatoday.in

ପୂର୍ବ ତାଲିବାନ ଶାସନ କାଳରେ ଶେର୍ ମହମ୍ମଦ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ବିଲ କ୍ଲିଣ୍ଟନ ଶାସନ ସମୟରେ ତାଲିବାନ ତରଫରୁ କୂଟନୈତିକ କଥାବାର୍ତ୍ତା ପାଇଁ ମଧ୍ୟ ଆମେରିକା ଯାଇଥିଲେ। ୨୦୧୫ରେ ଶେର୍ ମହମ୍ମଦ କତାରରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର