ବିଭାଗ ବଣ୍ଟନ ପରେ ଅପହରଣ ମାମଲାରେ ଆତ୍ମସମର୍ପଣ ପାଇଁ ନୀତୀଶଙ୍କ ଆଇନ ମନ୍ତ୍ରୀଙ୍କୁ ୱାରେଣ୍ଟ ଜାରି କଲେ କୋର୍ଟ

ମୁଁ କିଛି ଜାଣି ନାହିଁ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ପାଟନା: ମଙ୍ଗଳବାର ବିହାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ଅପରାହ୍ନରେ ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗକୁ ନିଜ ନିକଟରେ ବଜାୟ ରଖିବା ସହ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ସହରୀ ଗୃହ ନିର୍ମାଣ ଏବଂ ବିକାଶ ଏବଂ ଗ୍ରାମୀଣ କାର୍ଯ୍ୟ ଭଳି ପ୍ରମୁଖ ବିଭାଗର ଦାୟିତ୍ବ ଦେଇଥିଲେ। ମୋଟ ୩୧ଜଣ ବିଧାୟକ ଶପଥ ଗ୍ରହଣ କରିଥିବା ବେଳେ ସେମାନଙ୍କ ଭିତରୁ ୧୦ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ନେଇ ଚର୍ଚ୍ଚା ହୋଇଥିଲା।

ଏହି ଚର୍ଚ୍ଚା ପରେ ଆଜି ବିହାର ମନ୍ତ୍ରିମଣ୍ଡଳର ଆଇନ ମନ୍ତ୍ରୀଙ୍କ ପାଖକୁ କୋର୍ଟଙ୍କ ନୋଟିସ ଆସିଥିବା ଜଣାପଡ଼ିଛି। ଅଗଷ୍ଟ ୧୬ରେ ଆରଜେଡି ବିଧାୟକ ତଥା ବର୍ତ୍ତମାନର ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ବିରୋଧରେ ଆତ୍ମସମର୍ପଣ ପାଇଁ ୱାରେଣ୍ଟ ଜାରି କରାଯାଇଥିଲା। କାର୍ତ୍ତିକେୟ ସିଂଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟ ୱାରେଣ୍ଟ ଜାରି କରି ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି। ତେବେ ୱାରେଣ୍ଟ ପାଇବା ପରେ ସେ କୋର୍ଟରେ ଆତ୍ମସମର୍ପଣ କରିନଥିବା ଅଭିଯୋଗ ହୋଇଛି । ଏବିଷୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପଚରାଯିବା ପରେ ମୁଁ କିଛି ଜାଣିନାହିଁ ବୋଲି କହିଛନ୍ତି ନୀତୀଶ।

aajtak

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ କାର୍ତ୍ତିକେୟ ସିଂଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆକ୍ରମଣ କରିଛନ୍ତି। ମୋଦୀ କହିଛନ୍ତି ଯେ କୋର୍ଟରେ ଆତ୍ମସମର୍ପଣ କରିବାକୁ ଥିବା ଆଇନ ମନ୍ତ୍ରୀଙ୍କୁ କିପରି ରାଜ ଭବନକୁ ପଠାଗଲା। ନୀତୀଶଙ୍କୁ ଏସବୁ ରୋକିବା ସହ ଏଭଳି ମନ୍ତ୍ରୀଙ୍କୁ ବରଖାସ୍ତ କରିଦେବା ଉଚିତ୍।

ସମ୍ବନ୍ଧିତ ଖବର