ଅଡୁଆରେ ପଡିପାରନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା, କଙ୍ଗନାଙ୍କୁ ନେଇ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏବେ ବିଭିନ୍ନ ଦଳର ନେତା ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି | ତେବେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ବିଜେପିର ଲୋକସଭା ପ୍ରାର୍ଥୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଉପରେ ଦେଇଥିବା ମନ୍ତବ୍ୟ ଯୋଗୁଁ ଏବେ ଅଡୁଆରେ ପଡିଯାଇଛନ୍ତି | ବାସ୍ତବରେ ସୁପ୍ରିୟାଙ୍କ ବୟାନ ପରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧୀ ଦଳ ନିର୍ବାଚନ ଆୟୋଗଙ୍କୁ ଭେଟି ଏ ବିଷୟରେ ଅଭିଯୋଗ କରିବେ ବୋଲି କୁହାଯାଉଛି | ବାସ୍ତବରେ କଙ୍ଗନା ରାନାୱତଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଚାରିଆଡୁ ସମାଲୋଚନାର ଶିକାର ହେଉଥିବା ସୁପ୍ରିୟା ଯଦିଓ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସେହି ପୋଷ୍ଟକୁ ହଟାଇ ଦେଇଛନ୍ତି କିନ୍ତୁ ତାଙ୍କ ସମସ୍ୟା ହ୍ରାସ ପାଉନଥିବା ପରି ମନେ ହେଉଛି। ଅନ୍ୟପକ୍ଷରେ, ଜାତୀୟ ମହିଳା ଆୟୋଗ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ସୁପ୍ରିୟା ଶ୍ରୀନେତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏନସିଡବ୍ଲୁ କହିଛନ୍ତି, “ସୁପ୍ରିୟା ଶ୍ରୀନେତ ଏବଂ ଏଚଏସ ଅହିରଙ୍କ ଅପମାନଜନକ ଆଚରଣରେ ଏନସିଡବ୍ଲୁ ଚକିତ ହୋଇଛି। ଏଭଳି ଆଚରଣ ମହିଳାଙ୍କ ସମ୍ମାନ ବିରୁଦ୍ଧରେ ଗୁରୁତର ଅପରାଧ । ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ | ବାସ୍ତବରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କଙ୍ଗନା ରାନାୱତଙ୍କ ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଏକ ଆପତ୍ତିଜନକ ଧାଡି ଲେଖିଥିବା ଅଭିଯୋଗ ହୋଇଛି। ତେବେ ପରେ ସେ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି। ଏହି ପ୍ରସଙ୍ଗରେ ବିଜେପି କଂଗ୍ରେସ ଉପରେ ଆକ୍ରମଣ କରୁଛି।

ସମ୍ବନ୍ଧିତ ଖବର