ମେଳଣ ମେଳାରେ ଅଘଟଣ: ଗରମ ତେଲ ପଡ଼ି ଯୁବକ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଶିରାପୁର ମେଳଣ ମେଳାରେ ଅଘଟଣ ଘଟିଛି। ଏଠାରେ ଜଣେ ଲୋକ ତଲେରେ ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ହେଲେ ସୁରେନ୍ଦ୍ର ମହରାଣା (୫୨)।

ସୂଚନା ଅନୁସାରେ ଶିରାପୁର ମେଳାରେ ଶିରାପୁର ଗ୍ରାମର ସୁରେନ୍ଦ୍ର ମହାରଣା ଏକ ଜଳଖିଆ ଦୋକାନ ଲଗାଇଥିଲେ। ସୋମବାର ଅପରାହ୍‌ଣରେ ଦୋକାନ ଭିଡ଼ ଥିବା ବେଳେ ଜଣେ ବ୍ୟକ୍ତି ଡାକିବାରୁ ସେ ବାହାରକୁ ଆସୁଥିଲେ। ଏହି ସମୟରେ ଗ୍ୟାସ୍‌ ପାଇପ ଲାଗି ଗରମ ତେଲ କଢ଼ାଇ ତାଙ୍କ ଉପରେ ପଡ଼ିଯାଇଥିଲେ। ଫଳରେ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଫୋଟକା ହେବା ସହ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର