୩୫୦୦ ଫୁଟ ଉଚ୍ଚରେ ବିମାନ ଉଡୁଥିବା ସମୟରେ ଖସି ପଡ଼ିଲେ ବ୍ୟକ୍ତି, ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ରବିବାର ଲଣ୍ଡନ ଆକାଶରେ ଉଡୁଥିବା କେନିଆ ଏୟାରେଓ୍ଵଜ ବିମାନରୁ ଖସି ପଡ଼ିବା ହେତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଆକାଶରୁ ମୃତଦେହ ହଠାତ୍‌ ଜଣେ ବ୍ୟକ୍ତିଙ୍କ ବଗିଚାରେ ଆସି ପଡ଼ିଥିଲା। ଯାହାକୁ ଦେଖି ସେହି ବଗିଚାରେ ବସିଥିବା ଘର ମାଲିକ ତଟସ୍ଥ ହୋଇ ଯାଇଥିଲେ।

ମୃତ ବ୍ୟକ୍ତିଙ୍କୁ ବିଦେଶୀ ବୋଲି କୁହାଯାଉଛି। କେନିଆ ଏୟାରେଓ୍ଵଜ ବିମାନର ଲ୍ୟାଣ୍ଡିଙ୍ଗ ଗିୟର କମ୍ପାର୍ଟମେଣ୍ଟରେ ସେ ବୋଧ ହୁଏ ଲୁଚି ଥିଲେ। ଅନେକ ସମୟରେ ଖବର ଆସିଛି କି ବିଦେଶୀମାନେ ଅନ୍ୟ ଦେଶରେ ପହଞ୍ଚିବା ପାଇଁ ବିମାନରେ ଲୁଚି ଯାଇଥାଆନ୍ତି। ଯେତେବେଳେ କେନିଆ ଏୟାରେଓ୍ଵଜର ୭୮୭ ବିମାନ ହିଥ୍ରୋ ବିମାନବନ୍ଦରରେ ଅବତରଣ ପାଇଁ ତଳକୁ ଓହ୍ଲାଉ ଥିଲା ସେହି ସମୟରେ ଲେଣ୍ଡିଙ୍ଗ ଗିୟର କମ୍ପାର୍ଟମେଣ୍ଟରେ ଲୁଚି ଥିବା ଏହି ବ୍ୟକ୍ତି ଜଣକ ବିମାନରୁ ଖସି ପଡ଼ିଥିବା କୁହାଯାଉଛି।

ପୁଲିସ ସୂତ୍ରରୁ ପ୍ରକାଶ, ବିମାନ ହିଥ୍ରୋ ବିମାନବନ୍ଦରରେ ଅବତରଣ କରିବାପରେ ଲ୍ୟାଣ୍ଡିଂ ଗିୟର କମ୍ପାର୍ଟମେଣ୍ଟରୁ ଗୋଟିଏ ବ୍ୟାଗ, ପାଣି ଓ କିଛି ଖାଦ୍ୟ ସାମଗ୍ରୀ ପୁଲିସ ଜବତ କରିଥିଲା। ବ୍ୟକ୍ତିଙ୍କ ମୃତଦେହ ୩୫୦୦ ଫୁଟ ଉଚ୍ଚରୁ ଖସି ବଗିଚାରେ ବସିଥିବା ମାଲିକଙ୍କ ଠାରୁ ୩ଫୁଟ ଦୂରରେ ପଡ଼ିଥିଲେ। ସେ ଏହି ଦୃଶ୍ୟ ଦେଖି ପୂରାପୂରି ସ୍ତବ୍ଧ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର