ମା’ଙ୍କ ଫୋନ ଆସିବାରୁ କାଫେ ବାହାରକୁ ଚାଲିଆସିଥିଲେ ଅଳଙ୍କ୍ରିତ୍, ବଞ୍ଚିଗଲା ଜୀବନ

ବେଙ୍ଗାଲୁରୁ: ଶୁକ୍ରବାର ଦିନ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିସ୍ଫୋରଣରେ ୧୦ଜଣ ଆହତ ହୋଇଥିବା ଖବର ମିଳିଛି। ପ୍ରଥମେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା କଥା କୁହାଯାଉଥିବା ବେଳେ ପରେ କେହି ଜଣେ ବୋମା ରଖିଥିବା ସାମ୍ନାକୁ ଆସିଥିଲା। ଏବେ ବୋମା ରଖିଥିବା ଯୁବକ ସିସିଟିଭିରେ କଏଦ ହେବା ସହ କାନ୍ଧରେ ଏକ ବ୍ୟାଗ ପକାଇ ଯୁବକଜଣକ ରାମେଶ୍ବରମ କାଫେକୁ ଆସିଥିବା ଜଣାପଡ଼ିଛି।

ତେବେ ଏହି ଘଟଣାରେ ୧୦ଜଣ ଆହତ ହୋଇଥିବା ବେଳେ ଆଉ ଜଣେ ଯୁବକ ବିସ୍ଫୋରଣର ଶିକାର ହେବାରୁ ବଞ୍ଚିଯାଇଛନ୍ତି। ଯୁବକଙ୍କ ନାମ କୁମାର ଆଲଙ୍କ୍ରିତ୍ ବୋଲି ଜଣାପଡ଼ିିଛି। ସେ ବେଙ୍ଗାଲୁରୁରେ ଇଞ୍ଜିନିୟର ଥିବା ବେଳେ ଶୁକ୍ରବାର ଖାଇବା ପାଇଁ ରାମେଶ୍ୱରମ କାଫେ ଆସିଥିଲେ। କାଫେ ଭିତରକୁ ପ୍ରବେଶ କରିବା ପରେ ତାଙ୍କୁ ତାଙ୍କ ମା’ ଫୋନ କରିଥିଲେ। ଫୋନ ଉଠାଇବା ପାଇଁ ସେ କାଫେ ବାହାରକୁ ଚାଲିଆସିବା ସହ କାଫେଠାରୁ ୧୫ମିଟର ଦୂରରେ ଯାଇ କଥା ହୋଇଥିଲେ । ଏତିକି ବେଳେ ଜ‌ୋରରେ ଶବ୍ଦ ହେବାରୁ ସେ କାଫେ ଆଡ଼କୁ ଦୌଡ଼ି ଆସିଥିଲେ। ଭିତରର ଦୃଶ୍ୟ ଦେଖି ମା’ଙ୍କ ପାଇଁ ବଞ୍ଚିଗଲି ବୋଲି ମନେ ମନେ ଭାବିଥିବା କହିଛନ୍ତି କୁମାର ଅଲଙ୍କ୍ରିତ୍ ।

ସେ କହିଛନ୍ତି ଯେ, ବିସ୍ଫୋରଣର ଶବ୍ଦ ଏତେ ଅଧିକ ଥିଲା ଯେ, କିଛି ସେକେଣ୍ଡ ପାଇଁ କାନ ତାବଜା ହୋଇଯାଇଥିଲା

ସମ୍ବନ୍ଧିତ ଖବର