ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ବେଳେ ଟିକେଟ କଲେକ୍ଟରଙ୍କ ଉପରେ ପଡ଼ିଲା ହାଇ ଟେନସନ୍ ବିଦ୍ୟୁତ ତାର, ଆଉ ତା’ପରେ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଖଡ଼ଗପୁରର ଏକ ରେଳପ୍ଲାଟଫର୍ମରୁ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ପ୍ଲାଟଫର୍ମରେ ଛିଡା ହୋଇଥିବା ଜଣେ ଟିକେଟ କଲେକ୍ଟରଙ୍କ ଉପରେ ହଠାତ ବିଜୁଳି ତାର ଆସି ପଡ଼ିଯାଇଥିଲା। ବିଜୁଳି ଆଘାତ ଖାଇବା ପରେ ସେ ରେଳ ଧାରଣାରୁ ତଳକୁ ଛିଟିକି ପଡ଼ିଥିଲେ।

ଏହି ଘଟଣାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଦୁଇଜଣ ଟିକେଟ କଲେକ୍ଟର ଖଡଗପୁରସ୍ଥିତ ରେଳୱେ ଷ୍ଟେସନରେ ଛିଡ଼ା ହୋଇ ପରସ୍ପର ସହିତ କଥା ହେଉଛନ୍ତି। ଏହି ସମୟରେ ପ୍ଲାଟଫର୍ମରେ ହଠାତ ହାଇ ଟେନସନ୍ ବିଜୁଳି ତାର ଛିଣ୍ଡି ପଡ଼ିଥିଲା। ଏହି ତାର ସଂସ୍ପର୍ଶରେ ଜଣେ ଟିକେଟ କଲେକ୍ଟର ଚାଲି ଆସିଥିଲେ। ଆଉ ସେ ବିଦ୍ୟୁତ ଆଘାତ ଖାଇ ରେଳ ଧାରଣାରୁ ତଳକୁ ପଡ଼ି ଅଚେତ  ହୋଇଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

 

View this post on Instagram

 

A post shared by Zee News (@zeenews)

ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ସେ ବିପଦମୁକ୍ତ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତେବେ ବିଦ୍ୟୁତ ଆଘାତର ଶିକାର ହୋଇଥିବା ଟିକେଟ କଲେକ୍ଟରଙ୍କ ନାମ ସୁଜାନ ସିଂହ ସରଦାର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର