ଅଙ୍ଗନଓ୍ଵାଡି ପରେ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ିଲା ଜିଲ୍ଲାପାଳଙ୍କ ଝିଅ

ଝିଅ ସହ ମିଶି ମାଧ୍ୟାହ୍ନ ଭୋଜନ ଖାଇଲେ ବାପା

ରାୟପୁର: ଛତିଶଗଡର ବଳରାମପୁର ଜିଲ୍ଲାର ଜିଲ୍ଲାପାଳଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଫଟୋରେ ଆପଣ ଦେଖିବାକୁ ପାଉଥିବେ ଜିଲ୍ଲାପାଳ ଏକ କୁନି ଝିଅ ସହିତ ବସି ମାଧ୍ୟାହ୍ନ ଭୋଜନ ଖାଉଛନ୍ତି। ତେବେ ଆସନ୍ତୁ ଜାଣିବା ଘଟଣା ଟି କ’ଣ..

ଆଇଏଏସ ଅଧିକାରୀ ଜଣକ ହେଉଛନ୍ତି ଛତିଶଗଡର ବଳରାମପୁର ଜିଲ୍ଲାର ଜିଲ୍ଲାପାଳ ଅଭିନିଶ କୁମାର ଶରନ । ଛତିଶଗଡର ଏକ ସାଧାରଣ ସ୍କୁଲରେ ଛଅ ମାସ ପୂର୍ବରୁ ଜିଲ୍ଲାପାଳ ଅଭିନିଶ କୁମାର ଶରନ ନିଜ ଝିଅର ନାମ ଲେଖାଇ ଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରାଥମିକ ବିଦ୍ୟାଳୟରେ ପଢିବା ପୂର୍ବରୁ ତାଙ୍କ ଝିଅକୁ ମଧ୍ୟ ଅଙ୍ଗନୱାଡି କେନ୍ଦ୍ରରେ ପଢାଇଥିଲେ ଜିଲ୍ଲାପାଳ ।

ଜିଲ୍ଲାପାଳ ଅଭିନିଶ ଏକଦା ଦ୍ୱିପ୍ରହର ସମୟରେ ସ୍କୁଲରେ ପହଞ୍ଚିଥିଲେ ଓ ଝିଅ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହି ସମୟର ଦୃଶ୍ୟକୁ କେହି ଜଣେ କ୍ୟାମେରାରେ କୈଦ୍‌ କରି ଦେଇଥିଲେ। ଯାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ସୃଷ୍ଟି କରିଛି। ତେବେ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଇଛି।

ଏହି ଫଟୋ ଭାଇରାଲ ହେବା ପରେ ଟ୍‌ୱିଟରରେ ଜିଲ୍ଲପାଳଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । ଜିଲ୍ଲାପାଳଙ୍କ ମାନସିକତା ଓ ଏଭଳି ଯୋଜନାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର