ଇସଲାମାବାଦ୍: ସିନ୍ଧୁ ନଦୀ ଜଳ ଚୁକ୍ତି ନେଇ ପାକିସ୍ତାନୀ ନେତା ସବୁବେଳେ ଦେଶର ଜନସାଧାରଣଙ୍କୁ ଭ୍ରମିତ କରି ଆସୁଛନ୍ତି। ତେବେ ପ୍ରଥମ ଥର ପାଇଁ ପାକିସ୍ତାନୀ ଆଇନମନ୍ତ୍ରୀ ଆଜମ ନଜିର ତରାର ପାକିସ୍ତାନ ସରକାରଙ୍କୁ ଆଇନା ଦେଖାଇଛନ୍ତି। ସେ ଦେଶର ସଂସଦରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସିନ୍ଧୁ ନଦୀ ଜଳ ଚୁକ୍ତି ଅନ୍ତର୍ଗତ ରାବି ନଦୀ ଭାରତର ଅଧିକାରରେ ରହିଛି। ପାକିସ୍ତାନ ଏନେଇ ଅନ୍ତର୍ଜାତୀୟ କୋର୍ଟକୁ ଯାଇପାରିବ ନାହିଁ।
ପାକିସ୍ତାନର ଜାତୀୟ ଆସେମ୍ବ୍ଲିରେ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ଏଭଳି ଉତ୍ତର ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶ୍ନ ପଚରାଯାଇଥିଲା ସିନ୍ଧୁ ନଦୀ ଜଳ ଚୁକ୍ତି ନେଇ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ପାକିସ୍ତାନ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଉତ୍ତରରେ ଆଇନମନ୍ତ୍ରୀ କହିଥିଲେ ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଜଳ ଚୁକ୍ତି। ରାବି ନଦୀର ଜଳ ଉପରେ ଅଧିକାର ଭାରତର ରହିଛି। ଏଥିରେ ପାକିସ୍ତାନ ହସ୍ତକ୍ଷେପ କରିପାରିବ ନାହିଁ। ଏହି ପ୍ରସଙ୍ଗରେ ଆମେ ଭାରତ ବିରୋଧରେ ଅନ୍ତର୍ଜାତୀୟ କୋର୍ଟର ସାହାରା ନେଇ ପାରିବୁ ନାହିଁ।
ସୂଚନାଯୋଗ୍ୟ, ୧୯୬୦ରେ ସିନ୍ଧୁ ନଦୀ ଜଳ ଚୁକ୍ତି କରାଯାଇଥିଲା। ଏହି ବୁଝାମଣା ଅନୁସାରେ ଭାରତର ଅଧିକାରରେ ରାବି, ସତଲେଜ୍ ଏବଂ ବ୍ୟାସ ନଦୀ ଉପରେ ରହିଛି।
ପାକିସ୍ତାନ ସଂସଦରେ ରବି ନଦୀ ନେଇ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ୍ ଇ-ଇନସାଫ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି।