ଟିଏମ୍‌ସିରୁ ଇସ୍ତଫା ଦେଲେ ପବନ ବର୍ମା

କୋଲକାତା : ଟିଏମ୍‌ସି (ତୃଣମୂଳ କଂଗ୍ରେସ)ର କେନ୍ଦ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ଜେଡିୟୁ ନେତା ପବନ ବର୍ମା ଇସ୍ତଫା ଦେଇଛନ୍ତି। ସେ ଗତ ବର୍ଷ ଦଳରେ ଯୋଗ ଦେଇଥିଲେ ଏବଂ ଏହା ପରେ ତାଙ୍କୁ କେନ୍ଦ୍ରୀୟ ଉପାଧ୍ୟକ୍ଷ କରାଯାଇଥିଲା। ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସେ ତାଙ୍କ ଇସ୍ତଫା ପଠାଇଛନ୍ତି। ମମତାଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ତାଙ୍କ ଦଳ ସହ ସମ୍ପର୍କରେ ରହିବାକୁ ଆଶା ରଖିଛନ୍ତି ବୋଲି ବର୍ମା ଟ୍ବିଟ୍‌ କରିଛନ୍ତି।

୧୯୫୩ ନଭେମ୍ବର ୫ରେ ଜନ୍ମିତ ପବନ ବର୍ମା ଜଣେ ଲେଖକ, ରାଜନେତା ସହିତ ଜଣେ ଆଇଏଫ୍‌ଏସ୍‌ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଭୁଟାନ ଏବଂ ସାଇପ୍ରସର ରାଷ୍ଟ୍ରଦୂତ ଭାବରେ ଦାୟିତ୍ବ ନିଭାଇଥିଲେ। ନାଗପୁରରେ ଜନ୍ମଗ୍ରହଣ କରିଥିବା ପବନ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ କଲେଜରୁ ଇତିହାସରେ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଦିଲ୍ଲୀର ଆଇନ କଲେଜରୁ ଆଇନ ଅଧ୍ୟୟନ କରିଥିଲେ। ସେ ୧୯୭୬ରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଭାରତର ରାଷ୍ଟ୍ରପତିଙ୍କ ପ୍ରେସ ସଚିବ, ବିଦେଶ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର, ଆଫ୍ରିକାର ଯୁଗ୍ମ ସଚିବ, ସାଇପ୍ରସରେ ଭାରତର ଉଚ୍ଚ କମିସନର, ନେହେରୁ କେନ୍ଦ୍ରର ନିର୍ଦ୍ଦେଶକ, ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ମହାନିର୍ଦ୍ଦେଶକ ଏବଂ ରାଷ୍ଟ୍ରଦୂତ ଆଦି ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର