ଆରବ ସାଗରରେ ଜାହାଜ ବୁଡ଼ିଗଲା, ୯ ଭାରତୀୟଙ୍କ ଜୀବନ ବଞ୍ଚାଇଲା ପାକ୍‌ ନୌସେନା

କରାଚୀ : ଭାରତର ଏକ ଜାହାଜ ଗତ ୯ ତାରିଖରେ ଆରବ ସାଗରରେ ବୁଡ଼ି ଯାଇଥିଲା। ଫଳରେ ଜାହାଜରେ ଥିବା କର୍ମଚାରୀ ମଧ୍ୟ ବୁଡ଼ି ଯାଉଥିଲେ। କିନ୍ତୁ ପାକିସ୍ତାନୀ ନୌସେନା ସେମାନଙ୍କୁ ଜଳରୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛି। ବାଲୁଚିସ୍ତାନ ପ୍ରଦେଶର ଗ୍ବାଦର ଉପକୂଳ ସହର ନିକଟରେ ଏହି ଘଟଣା ଘଟିଥିଲା। ଭାରତର ଜାହାଜ ‘ଜାମ୍‌ନା ସାଗର’ରେ ମୋଟ୍‌ ୧୦ ଜଣ କର୍ମଚାରୀ ଥିଲେ। ଜାହାଜ ଆରବ ସାଗରରେ ବୁଡ଼ି ଯିବା ପରେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ପାକିସ୍ତାନ ନୌସେନାର ପବ୍ଲିକ ରିଲେସନ୍ସ ମହାନିର୍ଦ୍ଦେଶକ ଏକ ବିବୃତି ଜାରି କରି କହିଛନ୍ତି। ଜାହାଜର ଅନ୍ୟ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜାହାଜ ବୁଡ଼ିଯିବା ସମୟରେ ସେ ସଙ୍ଗେସଙ୍ଗେ ନିଖୋଜ ହୋଇ ଯାଇଥିଲେ। ତେଣୁ ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା। ପରେ ଉକ୍ତ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରି ପିଏମଏସଏ (ପାକିସ୍ତାନ ମ୍ୟାରିଟାଇମ ସିକ୍ୟୁରିଟି ଏଜେନ୍ସି)କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର