ଲକ୍‌ଡାଉନ୍‌ ବେଳେ ଭଲମନ୍ଦ ବୁଝିବା ସହ ପ୍ରତ୍ୟୁଷା ବାନାର୍ଜୀଙ୍କ ବାପାଙ୍କୁ ଟଙ୍କା ପଠାଇଥିଲେ ସିଦ୍ଧାର୍ଥ ଶୁକ୍ଲା

ନୂଆଦିଲ୍ଲୀ: ସିଦ୍ଧାର୍ଥ ଶୁକ୍ଲାଙ୍କୁ ମୁଁ ପୁତ୍ର ଭାବେ ବିବେଚନା କରେ ବୋଲି ଦିବଂଗତା ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପିତା ଶଙ୍କର ବାନାର୍ଜୀ ଗଣମାଧ୍ୟମ ସହ ସାକ୍ଷାତ୍‌କାର ବେଳେ କହିଛନ୍ତି।

‘ବାଲିକା ବଧୂ’ରେ ସିଦ୍ଧାର୍ଥ ଶୁକ୍ଲା ଏବଂ ପ୍ରତ୍ୟୁଷା ବାନାର୍ଜୀ ସହ-ଅଭିନେତା-ଅଭିନେତ୍ରୀ ଥିଲେ। ଏହି ‌‘ସୋ’ ହିଁ ଉଭୟଙ୍କୁ ଅଭିନେତାଙ୍କ ତାରକାରାଜ୍ୟକୁ ପ୍ରେରଣ କରିଥିଲା। ୨୦୧୬ରେ ମାତ୍ର ୨୪ ବର୍ଷ ହୋଇଥିବା ବେଳେ ପ୍ରତ୍ୟୁଷା ବାନାର୍ଜୀଙ୍କର ମୃତ୍ୟୁ ଘଟିଲା। ଚଳିତ ସେପ୍ଟେମ୍ବର ୨ ତାରିଖରେ ୪୦ ବର୍ଷ ବୟସରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ମଧ୍ୟ ଦେହାନ୍ତ ହୋଇଗଲା।

Image Courtesy of FilmiBeat

ପ୍ରତ୍ୟୁଷାର ମୃତ୍ୟୁ ପରେ ବି ସେ ସେମାନଙ୍କ ସହ ଯୋଗଯୋଗ ରଖିଥିବା କଥା ଉପରୋକ୍ତ ସାକ୍ଷାତ୍‌କାରରେ ପ୍ରତ୍ୟୁଷା ବାନାର୍ଜୀଙ୍କ ପିତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ସ୍ମରଣ କରି କହିଛନ୍ତି। ସେ କହିଛନ୍ତି, ପ୍ରତ୍ୟୁଷାର ମୃତ୍ୟୁ ପରେ, ସିଦ୍ଧାର୍ଥ ଏବଂ ମୋ ଝିଅ ମଧ୍ୟରେ ଥିବା ସମ୍ପର୍କ କଥା ଅନେକ ଲୋକ ଚର୍ଚ୍ଚା କଲେ। ସେହି କାରଣରୁ ସିଦ୍ଧାର୍ଥ ଘରକୁ ଆସୁ ନ ଥିଲେ। ସେ ସର୍ବଦା ‘ହ୍ବାଟ୍ସ୍ଆପ୍‌’ରେ ବାର୍ତ୍ତା ଦେଇ ମୋ ଭଲମନ୍ଦ ବୁଝୁଥିଲେ।

ଲକ୍‌ଡାଉନ୍‌ ବେଳେ ସିଦ୍ଧାର୍ଥ ନିୟମିତ ସେମାନଙ୍କର ଭଲମନ୍ଦ ବୁଝୁଥିଲେ ଆଉ ଆର୍ଥିକ ସହାୟତା କରିଥିବା କଥା ଶଙ୍କର ବାନାର୍ଜୀ କହିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ ବେଳେ, ସେ ସର୍ବଦା ମୋ ପାଖକୁ ସନ୍ଦେଶ ବା ବାର୍ତ୍ତା ପଠାଉଥିଲେ। ଦୁଇତିନି ମାସ ତଳେ ମୁଁ ତାଙ୍କ ଶେଷ ସନ୍ଦେଶ ପାଇଥିଲି। ସେ ଲେଖିଥିଲେ, ମଉସା, ମାଉସୀ ସାହାଯ୍ୟ ଲୋଡୁଛ କି? ଆପଣମାନେ ଭଲରେ ଅଛନ୍ତି ତ? ମୁଁ ଆପଣମାନଙ୍କୁ କ‌ୌଣସି ଉପାୟରେ ସାହାଯ୍ୟ କରି ପାରେ କି? ଜୋର୍‌ କରି ସେ ୨୦ ହଜାର ଟଙ୍କା ପଠାଇଥିଲେ।

ସମ୍ବନ୍ଧିତ ଖବର