ନୂଆଦିଲ୍ଲୀ: ସ୍ପେସାଲ୍‌ ସିବିଆଇ ଜଜ୍‌ ବି ଏଚ୍‌ ଲୋୟାଙ୍କ ମୃତ୍ୟୁ ଘଟଣାର ନିରନେକ୍ଷ ତଦନ୍ତ ଦାବି କରି ଦାଖଲ କରାଯାଇଥିବା ପିଟିସନ୍‌ ସବୁକୁ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି କି, ଜଜ୍‌ ଲୋୟାଙ୍କ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ଅଧିକାରୀଙ୍କୁ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ। ତାଙ୍କର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଥିଲା ବୋଲି ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇଛନ୍ତି। ମୃତ୍ୟୁ ସମୟରେ ସିବିଆଇ ଜଜ୍‌ ହାଇପ୍ରୋଫାଇଲ୍‌ ସୋହରାବୁଦ୍ଦିନ୍‌ ଶେଖ୍‌ ଫେକ୍‌ ଏନ୍‌କାଉଣ୍ଟର୍‌ ମାମଲାର ଶୁଣାଣି କରୁଥିଲେ।

Advertisment

publive-image Times Now

ପିଟିସନ୍‌ଗୁଡ଼ିକୁ ଖାରଜ କରିବା ବେଳେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲ୍‌କର୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନ ପଛର ଉଦ୍ଦେଶ୍ୟ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇ ଥିଲେ। ସେମାନେ କହିଥିଲେ ଯେ ବିଚାର ବିଭାଗୀୟ ସ୍ୱାଧୀନତା ପ୍ରତି ଆକ୍ରମଣ। ୨୦୧୪ ଜଜ୍‌ ଲୋୟାଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପିଟିସନ୍‌ ଦାଖଲକାରୀଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ତେହ୍‌ସିନ୍‌ ପୁନ୍‌ଓ୍ଵାଲା ଏବଂ ମହାରାଷ୍ଟ୍ରର ବି ଏସ୍‌ ଲୋନ୍‌।