ସେପ୍ଟେମ୍ବର ବେଳକୁ ଆମେରିକାରେ କରୋନା ଭାଇରସ୍‌ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ହୋଇପାରେ: ହାର୍ଭାର୍ଡ ବିଶେଷଜ୍ଞ

ନ୍ୟୁୟର୍କ: କରୋନାଭାଇରସ୍ ସଂକ୍ରମଣ କାରଣରୁ ସେପ୍ଟେମ୍ବର ମାସ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ହୋଇପାରେ ବୋଲି ଡାର୍ଭାର୍ଡର ଜଣେ ବିଶେଷଜ୍ଞ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ କି, ସରକାର କଟକଣା କୋହଳ କରିଥିବାରୁ ବୁଧବାର ଦିନ ଆମେରିକାରେ କରୋନାଭାଇରସ୍ ମାମଲା ୨ ନିୟୁତ ଟପିଯାଇଛି।

ବୁଧବାର ଦିନ ‘ସିଏନ୍‌ଏନ୍’ ସହ ଏକ ସାକ୍ଷାତ୍‌କାରରେ ହାର୍ଭାର୍ଡର ଗ୍ଲୋବାଲ୍ ହେଲ୍‌ଥ୍ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଆଶିଷ ଝା’ କହିଛନ୍ତି ଯେ କଠୋର କଟକଣା ନ ଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁସଂଖ୍ୟା ଦ୍ରୁତ ବେଗରେ ବଢ଼ିଚାଲିବ।

Image Courtesy of Indian Express

ସେ କହିଛନ୍ତି ଯେ, ସଂକ୍ରମଣ ମାମଲା ବଢୁନାହିଁ, ସମସ୍ତ ଦିଗରୁ ଗ୍ରାଫ୍‌କୁ ସମାନ୍ତରଳ ରଖାଯାଇଥିଲେ ବି ସେପ୍ଟେମ୍ବର ମାସର କୌଣସି ଏକ ସମୟରେ ମୃତ୍ୟୁସଂଖ୍ୟା ୨ ଲକ୍ଷରେ ପହଞ୍ଚି। ସେପ୍ଟେମ୍ବର ମାସରେ ହିଁ ଏପରି ଘଟିବ। ସେପ୍ଟେମ୍ବର ମାସରେ ଏ ମହାମାରୀ ବିଲୋପ ହେବନାହିଁ। ଆଗକୁ ଥିବା ସପ୍ତାହ ଓ ମାସମାନଙ୍କରେ ଆମର ଗତି ପ୍ରସଙ୍ଗ ବିଷୟରେ ମୁଁ ବାସ୍ତବିକ ଚିନ୍ତିତ।

ଝା’ ଆହୁରି କହିଛନ୍ତି, ବୁଧବାର ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ମୃତ୍ୟୁସଂଖ୍ୟା ୧୧୨, ୭୫୪ରେ ପହଞ୍ଚିଛି। ଏହା ହେଉଛି ବିଶ୍ବରେ କରୋନାଭାଇରସ୍ ସଂକ୍ରମଣଜନିତ ସର୍ବାଧିକ ମୃତ୍ୟୁ। ଏହାର କାରଣ ହେଉଛି ସଂକ୍ରମଣ ବୃଦ୍ଧିକୁ ନିୟନ୍ତ୍ରଣ ସ୍ତରକୁ ନ ଆଣି ଆମେରିକା କଟକଣା ଉଠାଇ ଦେଇଛି। ଅନ୍ୟୂନ ୧୪ ଦିନ ଧରି କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୫%ରୁ କମ୍ ରହିବାକୁ ନିୟନ୍ତ୍ରଣ ସ୍ତର ବୋଲି ଧରାଯାଏ।

 

 

ସମ୍ବନ୍ଧିତ ଖବର