ଅକ୍ଷର ପଟେଲ, ରିଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ: ଗୁଜରାଟ ଟାଇଟନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୨୫ ରନ୍

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୪୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣଜେଟଲୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମାନ୍ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ୪ ୱିକେଟ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ୨୨୪ରନ୍ କରିଛି। ଫଳରେ ଗୁଜରାଟ ଟାଇଟନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୨୫ରନ୍ ରହିଛି। ଅକ୍ଷର ପଟେଲ, ରିଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ କରିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ବୀ ଶ୍ବ ୧୧ ରନ୍ କରିଥିଲେ। ସେହିପରି ‌ଜାକେ ଫେଜର ମ୍ୟାକ୍ ଗୁର୍କ ୨୩ ରନ୍, ଅକ୍ଷର ପଟେଲ ୬୬ ରନ୍, ଶହି ହୋପ୍ ୫ ରନ୍, ରିଷଭ ପନ୍ତ ଅପରାଜିତ ୮୮ ରନ୍ ଏବଂ ଟ୍ରିଷ୍ଟନ ଷ୍ଟୁବ୍ସ ୨୬ ରନ୍ କରିଥିଲେ।

 

 

ସମ୍ବନ୍ଧିତ ଖବର