ଏହି ଯାଦୁକାରୀ ଚା’ ପିଇଲେ ଜାଣନ୍ତୁ କି ଫାଇଦା ମିଳେ?

ବାୟୁ ପ୍ରଦୂଷଣକୁ ନେଇ ଆମେ ସମସ୍ତେ ଚିନ୍ତିତ। କାରଣ ଏଥିରେ ଶ୍ୱାସ କ୍ରିୟା ଠିକ୍‌ ଭାବେ ସଞ୍ଚାଳିତ ହୋଇପାରି ନଥାଏ। ବାୟ ପ୍ରଦୂଷଣ ଜନିତ ଯନ୍ତ୍ରଣାକୁ ଦୂର କରିବା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞ ଲ୍ୟୁକ୍‌ କୋଟିହ୍ନୋ ପ୍ରସ୍ତୁତ କରିଛନ୍ତି ‘ମ୍ୟାଜିକାଲ୍‌ ଲଙ୍ଗ୍‌ ଟି’।ଏହି ଚା’ ପିଇଲେ ଶରୀରରେ ଥିବା ଟକ୍ସିନ୍‌ସ ଅର୍ଥାତ୍‌ ହାନିକାରକ ତତ୍ତ୍ୱ ଓ ପ୍ରଦୂଷଣକାରୀ ତତ୍ତ୍ୱ ନିଷ୍କାସିତ ହୋଇଥାଏ। ଏହା ଏଭଳି ଏକ ସାମଗ୍ରୀ ଯାହାକୁ ସମସ୍ତେ ପିଇବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏବେ ଆସନ୍ତୁ ଜାଣିବା କିପରି ଏହି ମ୍ୟାଜିକାଲ୍‌ ଟି କୁ ପ୍ରସ୍ତୁତ କରିବେ।


ଏକ ପାତ୍ରରେ ଦୁଇ କପ୍‌ ପାଣି ନିଅନ୍ତୁ ଓ ତାକୁ ଫୁଟାନ୍ତୁ। ତା’ପରେ ସେଥିରେ ଅଧ ଇଞ୍ଚ ଅଦା,ଡାଲଚିନି ଅଳ୍ପ ଓ ଅଳ୍ପ ଡାଲଚିନି ଗୁଣ୍ଡ,ଅଳ୍ପ ଗୁଡ଼,ଅଧା ଚାମଚ ତୁଳସୀ ପତ୍ର,ତିନିଟି ଗୋଲମରିଚ,ଦୁଇଟି ଅଳେଇଚର ଗୁଣ୍ଡ,ଅଧ ଚାମଚରୁ କମ୍‌ ପାନମହୁରି,ଅଳ୍ପ ଟିକେ ଜୁଆଣି,ଅଧ ଚାମଚରୁ କମ୍‌ ଜିରା,ଦୁଇ ଫୁଟ ରସୁଣ ଆଦି ପକାନ୍ତୁ ଓ ତାକୁ ପୁଣି ଭଲଭାବେ ଫୁଟାନ୍ତୁ। ତା’ପରେ ତାକୁ ଭଲ ଭାବେ ମିଶାନ୍ତୁ। ତା’ପରେ ଏହି ଚା’କୁ ଗରମ ଗରମ ପିଅନ୍ତୁ।

ସମ୍ବନ୍ଧିତ ଖବର