ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଆପଣଙ୍କୁ ଅନ୍‌ଲାଇନ୍‌ରେ ଉପାର୍ଜନର ସୁଯୋଗ ମିଳିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ପୂର୍ବ ମାମଲା ସମାଧାନ କରିବେ। ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ। ‌

 

ବୃଷ: ନୂଆ କିଛି ଶିଖିବାର ଦିନଟିଏ। ବ୍ୟବସାୟରେ ସାହସର ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଅନ୍ୟମାନଙ୍କୁ ମଧୁର ବ୍ୟବହାର ପ୍ରଦର୍ଶନ କରନ୍ତୁ।‌

ମିଥୁନ: ଅଫିସରେ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପ୍ରେମିକଙ୍କୁ ମନାଇବା ଚେଷ୍ଟାରେ ସଫଳ ହେବେ। ବେପାରରେ ଲାଭ କମ୍ ପାଇବେ।

କର୍କଟ: କାମରେ ବ୍ୟସ୍ତ ରହିବା ଯୋଗୁଁ ପିଲାପିଲିଙ୍କୁ କମ୍ ସମୟ ଦେଇପାରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ନବବିବାହିତଙ୍କ ଲାଗି ଦିନଟି ଭଲ।

ସିଂହ: ଦୀର୍ଘ ଦିନ ଧରି କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ। କୌଣସି କାମରେ ବନ୍ଧୁଙ୍କ ସହାୟତା ନେଇପାରନ୍ତି। ଗୃହିଣୀଙ୍କୁ ଘର କାମରେ ପରିବାର ଲୋକ ସହଯୋଗ କରିବେ।

କନ୍ୟ‌ା: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରର ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଅବିବାହିତଙ୍କ ଲାଗି ବିବାହର ଶୁଭ ପ୍ରସ୍ତାବ ଆସିବ।

 

ତୁଳା: ଅଫିସରେ ଆପଣଙ୍କର ଅଧୁରା କାମ ଦେଖି ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହେବେ। ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଅନୁକୂଳ।

ବିଛା: ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ପରିବାରରେ ଆନନ୍ଦ-ଉଲ୍ଲାସ ଦେଖାଦେବ। କାରବାରରେ ନୂଆ ଯୋଜନା ଲାଗୁ କରିବା ପୂର୍ବରୁ ଦୁଇ ତିନିଜଣଙ୍କର ମତ ନିଅନ୍ତୁ।

 

ଧନୁ: ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ଶିକ୍ଷକ ଛାତ୍ରଙ୍କୁ କିଛି ନୂଆ ଶିଖାଇବେ।

 

ମକର: ଅଧିକ ପରିଶ୍ରମ ଓ ମନୋଯୋଗ ବଳରେ କାମ ସଂପୂର୍ଣ୍ଣ କରିନେବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।

 

କୁମ୍ଭ: ନୂଆ କାମ ଆରମ୍ଭରୁ ଯଥେଷ୍ଟ ଲାଭ ପାଇବେ। ବିବାଦଠୁଁ ଦୂରରେ ରୁହନ୍ତୁ। ନବବିବାହିତ ଦମ୍ପତି ଭଲରେ ସମୟ ଅତିବାହିତ କରିବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ମୀନ: ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ଆପଣଙ୍କ ଉନ୍ନତିକୁ କିଛି ଲୋକ ବି‌ରୋଧ କରିପାରନ୍ତି। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ସମ୍ବନ୍ଧିତ ଖବର