ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍ଥାନର କାହାଣୀରେ ଯେଉଁ ବିଭୂତିମାନଙ୍କ ନାମ ସଦାସର୍ବଦା ପାଇଁ ଅଙ୍କିତ ହୋଇ ରହିଛି, ସେଥିରେ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ନାମ ପ୍ରମୁଖ ଅଟେ। ଭାରତ ହେଉଛି ଏକ ଆଧୢାତ୍ମିକ ଦେଶ ଏବ˚ ଆଧୢାତ୍ମିକତାର ଆଧାରରେ ହିଁ ଏହାର ଉତ୍ଥାନ ସମ୍ଭବ। ଏହାକୁ ଆଧାର କରି ଭାରତୀୟ ରାଜନୀତିର ଆଧୢାତ୍ମିକ ମୂଳଦୁଆ ସ୍ଥାପନ କରିବାର ଚେଷ୍ଟା ମହାତ୍ମା ଗାନ୍ଧୀ କରିଥିଲେ। ଗାନ୍ଧୀଜିଙ୍କ ଚେଷ୍ଟା କେବଳ କ୍ଷମତା ପ୍ରାପ୍ତିର ରାଜନୀତି ଯାଏଁ ସୀମିତ ନ ଥିଲା। ସମାଜ ତଥା ଏହାର ନେତୃବର୍ଗଙ୍କ ନିମନ୍ତେ ସାତ୍ତ୍ବିକ ଆଚରଣ କରିବା ଉପରେ ଗାନ୍ଧୀଜି ପ୍ରାଧାନ୍ୟ ଦେଇଥିଲେ। ମହତ୍ତ୍ବାକା˚କ୍ଷା ତଥା ସ୍ବାର୍ଥ ପ୍ରେରିତ ଅହ˚କାର ଏବ˚ ବିକାରକୁ ଆଧାର କରି ଚାଲିଥିବା ବିଶ୍ବର ରାଜନୀତିକୁ ସେ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଥିଲେ। ତାଙ୍କର ସ୍ବପ୍ନ ଥିଲା- ଭାରତୀୟ ଜନଜୀବନ, ସତ୍ୟ, ଅହି˚ସା, ସ୍ବାବଲମ୍ବନ ଓ ମାନବକଲ୍ୟାଣର ପ୍ରକୃତ ସ୍ବାଧୀନତା ଉପରେ ଆଧାରିତ ହେଉ; ଦେଶ ଓ ମାନବିକତା ନିମନ୍ତେ ଉତ୍ସର୍ଗୀକୃତ ହେଉ। ଗାନ୍ଧୀଜିଙ୍କ ଏହି ଚିନ୍ତାଧାରା ତାଙ୍କ ଜୀବନରେ ସମ୍ପୂର୍ଣ୍ଣ ରୂପେ ସାକାର ହୋଇଥିଲା।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
୧୯୨୨ ମସିହାରେ ଗାନ୍ଧୀଜି ଗିରଫ ହେବାପରେ ନାଗପୁର ନଗର କ˚ଗ୍ରେସ ଦ୍ବାରା ଏକ ଜନସଭା ଆୟୋଜିତ ହୋଇଥିଲା। ଏଥିରେ ବକ୍ତା ଭାବରେ ଡକ୍ଟର ହେଡଗେଵାର ଗାନ୍ଧୀଜିଙ୍କୁ ‘ପୁଣ୍ୟ ପୁରୁଷ’ ଭାବେ ସମ୍ବୋଧନ କରି କହିଥିଲେ ଯେ, ଗାନ୍ଧୀଜିଙ୍କ କଥା ଓ କାମରେ କୌଣସି ପାର୍ଥକ୍ୟ ନାହିଁ। ଗାନ୍ଧୀଜି ନିଜ ଧୈର୍ଯ୍ୟ ଓ ବିଚାର ନିମନ୍ତେ ସର୍ବସ୍ବ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ। ସେ କହିଥିଲେ ଯେ, କେବଳ ଗାନ୍ଧୀଜିଙ୍କ ଗୁଣଗାନ କଲେ ଗାନ୍ଧୀଜିଙ୍କ କାର୍ଯ୍ୟ ଆଗକୁ ବଢ଼ି ପାରିବ ନାହିଁ। ଗାନ୍ଧୀଜିଙ୍କ ଏହିସବୁ ଗୁଣ ଆମ ଜୀବନରେ ଆମେ ଅନୁସରଣ କଲେ ଯାଇ ଗାନ୍ଧୀଜିଙ୍କ କାର୍ଯ୍ୟ ଆଗକୁ ବଢ଼ି ପାରିବ। ଗାନ୍ଧୀଜି ଭଲ ଭାବରେ ଜାଣିଥିଲେ ପରାଧୀନତା କାରଣରୁ ଜାତ ‘ପରାଧୀନ ମାନସିକତା’ ଅତ୍ୟନ୍ତ କ୍ଷତିକାରକ। ଏହାର ଉଦାହରଣ ଦେଇ ‘ହିନ୍ଦ ସ୍ବରାଜ’ରେ ସେ ଲେଖିଛନ୍ତି ଯେ, ଏହି ମାନସିକତାରୁ ମୁକ୍ତି ପାଇବା ପାଇଁ ଶୁଦ୍ଧ, ସ୍ବଦେଶୀ ଦୃଷ୍ଟି ସମ୍ପନ୍ନ ଭାରତର ବିକାଶର ଉଚ୍ଚାରଣ ଓ ଆଚରଣ ଆବଶ୍ୟକ। ସେ ସମୟରେ ସ˚ସାରକୁ ଚକିତ କରୁଥିବା ଭୌତିକତାବାଦୀ ପାଶ୍ଚାତ୍ୟ ଜୀବନ ପଦ୍ଧତି କ୍ଷମତା ବଳରେ ଶିକ୍ଷାକୁ ବିକୃତ କରି ଏବ˚ ସମସ୍ତଙ୍କୁ ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ କରିବାର ଚେଷ୍ଟାରେ ଆଗେଇ ଚାଲୁଥିଲା। ଏପରି ସମୟରେ ଗାନ୍ଧୀଜିଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ପ୍ରଚେଷ୍ଟା ନିଜସ୍ବ ଜୀବନର ଆଧାରରେ ସମସ୍ତ ଅଙ୍ଗକୁ ନୂତନ ବିଚାର ଦେବାର ଏକ ସଫଳ ପ୍ରୟୋଗ ଥିଲା। ହେଲେ ପରାଧୀନତାର ମାନସିକତାରେ ଗ୍ରସ୍ତ ଲୋକେ କିଛି ନ ବୁଝି ନ ବିଚାରି ପାଶ୍ଚାତ୍ୟ ବିଚାରକୁ ପ୍ରାମାଣିକତାର ସହ ସ୍ବୀକାର କରି ନେଇ ନିଜର ପୂର୍ବ ପୁରୁଷ, ପୂର୍ବ ଗୌରବ ଏବ˚ ପୂର୍ବ ସ˚ସ୍କାରକୁ ହୀନ ତଥା ହେୟ ମନେ କରି ଅନ୍ଧାନୁକରଣ ଏବ˚ ଚାଟୁକାରିତାରେ ମଜ୍ଜି ଯାଇଥିଲେ। ଏହାର ସୁଦୂର ବିସ୍ତାରୀ ପ୍ରଭାବ ଆଜି ମଧୢ ଭାରତୀୟ ଚାଲିଚଳଣ ଉପରେ ସ୍ପଷ୍ଟ ଦେଖାଯାଇଛି।
ଅନ୍ୟ ଦେଶମାନଙ୍କର ସମକାଳୀନ ମହାପୁରୁଷମାନେ ମଧୢ ଗାନ୍ଧୀଜିଙ୍କ ଭାରତ କୈନ୍ଦ୍ରିକ ଚିନ୍ତାଧାରାକୁ କିଛି ଅ˚ଶରେ ଗ୍ରହଣ କରି ନିଜ ନିଜ ଦେଶର ବିଚାର ସମ୍ପର୍କିତ ଜ୍ଞାନ ବୃଦ୍ଧି କରିଛନ୍ତି। ମହାନ୍ ବୈଜ୍ଞାନିକ ଆଇନ୍ଷ୍ଟାଇନ୍ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପରେ କହିଥିଲେ ଯେ, ଆଗାମୀ ପିଢ଼ି ପାଇଁ ହୁଏତ ଏହା ବିଶ୍ବାସ କରିବା ମଧୢ କଠିନ ହୋଇପାରେ ଯେ, ଗାନ୍ଧୀଜିଙ୍କ ଭଳି ଜଣେ ବ୍ୟକ୍ତି ଏହି ଭୂମିରେ ଜୀବନ ଧାରଣ କରି ଚାଲି ଯାଇଛନ୍ତି। ଗାନ୍ଧୀଜି ତାଙ୍କର ନିଜସ୍ବ ଜୀବନଶୈଳୀ ଏବ˚ ପବିତ୍ର ଆଚରଣ ଦ୍ବାରା ଆମ ସମ୍ମୁଖରେ ଏହିଭଳି ଉଦାହରଣମାନ ପ୍ରସ୍ତୁତ କରି ଯାଇଛନ୍ତି। ଗାନ୍ଧୀଜି ୧୯୩୬ ମସିହାରେ ଵାର୍ଦ୍ଧା ନିକଟରେ ଚାଲିଥିବା ସ˚ଘ ଶିବିରକୁ ଆସିଥିଲେ। ତା ପରଦିନ ଡକ୍ଟର ହେଡଗେଵାର ଗାନ୍ଧୀଜିଙ୍କୁ ତାଙ୍କ ରହିବା ସ୍ଥାନରେ ସାକ୍ଷାତ କରିଥିଲେ। ଗାନ୍ଧୀଜିଙ୍କ ସହିତ ତାଙ୍କ ସୁଦୀର୍ଘ ଚର୍ଚ୍ଚା ଏବ˚ ପ୍ରଶ୍ନୋତ୍ତର ବର୍ତ୍ତମାନ ପ୍ରକାଶିତ ହୋଇ ସାରିଛି। ବିଭାଜନର ରକ୍ତ ରଞ୍ଜିତ ସମୟ କାଳରେ ଦିଲ୍ଲୀରେ ତାଙ୍କ ନିବାସ ସ୍ଥାନ ନିକଟରେ ଚାଲୁଥିବା ଶାଖାକୁ ମଧୢ ଗାନ୍ଧୀଜି ଯାଇଥିଲେ। ସ˚ଘ ଶାଖାରେ ଉପସ୍ଥିତି ରହି ସେ ଯେଉଁ ମାର୍ଗଦର୍ଶନ ଦେଇଥିଲେ, ତାହା ୨୭ ଜୁନ ୧୯୪୭ର ‘ହରିଜନ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସ˚ଘର ସ୍ବୟ˚ସେବକମାନଙ୍କ ଅନୁଶାସନ ଏବ˚ ସେମାନଙ୍କ ଠାରୁ ଜାତିପ୍ରଥା ଜନିତ ଭେଦଭାବର ସମ୍ପୂର୍ଣ୍ଣ ଅଭାବ ଦେଖି ଗାନ୍ଧୀଜି ପ୍ରସନ୍ନତା ବ୍ୟକ୍ତ କରିଥିଲେ। ସ୍ବ ଆଧାରିତ ଭାରତର ପୁନର୍ଗଠନର ସ୍ବପ୍ନ ଦେଖୁଥିବା ଏବ˚ ସାମାଜିକ ସମତା ଓ ସମରସତାକୁ ସମ୍ପୂର୍ଣ୍ଣ ସମର୍ଥନ ଭିତ୍ତିରେ ନିଜ କାମ ଦ୍ବାରା ତଥା ଆଚରଣ ଦ୍ବାରା ଉଦାହରଣ ପ୍ରସ୍ତୁତ କରିଥିବା ଗାନ୍ଧୀଜି ସମସ୍ତଙ୍କ ନିମନ୍ତେ ଆଦର୍ଶ ପୁରୁଷ ଅଟନ୍ତି। ଆମେ ସମସ୍ତେ ପୂଜ୍ୟ ଗାନ୍ଧୀଜିଙ୍କୁ ଭଲଭାବେ ବୁଝିବା ଏବ˚ ତାଙ୍କ ମତକୁ ନିଜ ବ୍ୟବହାରରେ ପାଳନ କରିବା ଆବଶ୍ୟକ। ତାଙ୍କର ଏହିସବୁ ସଦ୍ଗୁଣ ସକାଶେ ଗାନ୍ଧୀଜିଙ୍କ ବିଚାର ସହ ସାମାନ୍ୟ ମତଭେଦ ଥିବା ବ୍ୟକ୍ତିମାନେ ମଧୢ ତାଙ୍କୁ ଶ୍ରଦ୍ଧାପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ।
ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘର ପ୍ରତ୍ୟେକ ପ୍ରଭାତ ଶାଖାରେ ଏକ ସ୍ତୋତ୍ର ଦ୍ବାରା ନିଜ ଦେଶର ମହାପୁରୁଷମାନଙ୍କୁ ସ୍ମରଣ କରିବା ପରମ୍ପରା ସ˚ଘ ସ୍ଥାପିତ ହେବା ଦିନ ଠାରୁ ପ୍ରଚଳିତ ହୋଇ ଆସୁଅଛି। ଏହାକୁ ଏକାତ୍ମତା ସ୍ତୋତ୍ର କୁହାଯାଏ। ୧୯୬୩ ମସିହାରେ ଏହାର ପୁନଃରଚନା କରାଯାଇଥିଲା ଏବ˚ ଏଥିରେ କିଛି ନୂତନ ନାମ ଯୋଡ଼ା ଯାଇଥିଲା, ଯେଉଁଥିରେ ଗାନ୍ଧୀଜିଙ୍କ ନାମ ସାମିଲ କରାଯାଇଥିଲା। ସେତେବେଳକୁ ତାଙ୍କର ଦେହାନ୍ତ ହୋଇ ସାରିଥିଲା। ସ˚ଘର ସ୍ବୟ˚ସେବକମାନେ ପ୍ରତିଦିନ ପ୍ରାତଃକାଳରେ ଏହି ଏକାତ୍ମତା ସ୍ତୋତ୍ର ମାଧୢମରେ ଗାନ୍ଧୀଜିଙ୍କ ନାମ ଉଚ୍ଚାରଣ କରି ତାଙ୍କର ଉପରୋକ୍ତ ଗୁଣଯୁକ୍ତ ଜୀବନକୁ ସ୍ମରଣ କରିଥାନ୍ତି। ଗାନ୍ଧୀଜିଙ୍କ ଜନ୍ମର ୧୫୦ତମ ବର୍ଷରେ ତାଙ୍କୁ ସ୍ମରଣ କରି ଆମେ ସମସ୍ତେ ସ˚କଳ୍ପ ନେବା ଯେ, ତାଙ୍କ ଭଳି ପବିତ୍ର ତ୍ୟାଗମୟ ଏବ˚ ସ୍ବଚ୍ଛ ତଥା ସ୍ବାବଲମ୍ବୀ ଜୀବନ ଦୃଷ୍ଟିର ଅନୁସରଣ କରି ଆମେ ସମସ୍ତେ ଭାରତକୁ ବିଶ୍ବଗୁରୁ ରୂପେ ସ୍ଥାପିତ କରିବା ନିମନ୍ତେ ନିଜ ନିଜ ଜୀବନକୁ ସମର୍ପଣ ଓ ତ୍ୟାଗର ଭାବରେ ସମୃଦ୍ଧ କରିବା।
ସରସ˚ଘଚାଳକ,
ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ