ମଣ୍ଡପରେ ବରର ମୁହଁରେ କଳା ଲଗାଇ ନଜର ଉତାରିବା ପରେ ଚୁମ୍ବନ ଦେଲେ କନ୍ୟା, ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଳୀ: ବିବାହ ଉତ୍ସବକୁ ସ୍ବତନ୍ତ୍ର ବନାଇବାକୁ ଆଜିକାଲି ଲୋକେ ବିଭିନ୍ନ ପ୍ରକାରର ତରିକା ଆପଣଉଛନ୍ତି। ରିଲ୍ସ ଓ ସର୍ଟ ଭିଡିଓ ବନାଇବାକୁ ଲୋକେ ଅନେକ ପୋଜ୍‌ ଦେଇ ଫଟୋ ଓ ଭିଡିଓ ସବୁ କରୁଛନ୍ତି। ଏହା ମଧ୍ୟରେ ଏକ ବର-କନ୍ୟା ଯୋଡ଼ିଙ୍କର ଏକ ‌ରୋମାଣ୍ଟିକ୍‌ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ କନ୍ୟା ଜଣକ ଏକଦମ ସିନେମା ଶୈଳୀରେ ବରଙ୍କ କାନ ପାଖରେ ନିଜ ଆଖିରୁ କଳାନେଇ ଲଗାଇ ଦେଉଛନ୍ତି। ତାପରେ ତାଙ୍କ ନଜର ଉତାରୁଥିବା ବେଳେ ତାଙ୍କ ମଥାରେ ଚୁମ୍ବନ ‌ବି ଦେଉଛନ୍ତି।

ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ ହେବା ପରେ ଏହାକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଭିଡିଓଟିର ଭିୟୁ ବି ଜବରଦସ୍ତ ହୋଇଛି। ବର-କନ୍ୟାଙ୍କର ଏହି କୌତୂକିଆ ଭିଡିଓ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇ ଚାଲିଛି।

 

ବିବାହ ଉତ୍ସବରେ ଆଖପାଖରେ ଅତିଥି ଥିବା ସତ୍ତ୍ବେ କନ୍ୟା ଜଣକ ଯେଉଁ ଭଳି ଭାବେ ନିଜର ପ୍ରେମ ଜାହିର କରିଛନ୍ତି ତାହା ସଭିଁଙ୍କୁ ବେଶ୍‌ ପସନ୍ଦ ଆସିଛି। ଇନ୍‌ଷ୍ଟାରେ କାଜଲ୍‌ ବ୍ରାଇଡାଲ୍‌ ଷ୍ଟୁଡିଓ ଅଫିସିଆଲ୍‌ ପେଜ୍‌ରେ ଭିଡିଓଟି ପୋଷ୍ଟ୍‌ ହୋଇଛି।

ଏହି ଭିଡିଓରେ ଖୁବ୍ ମଜା ମଜା କ‌‌ମେଣ୍ଟ୍‌ ବି ଆସିଛି। ଜଣେ ବ୍ୟବହାରକାରୀ ଏଥିରେ କମେଣ୍ଟ୍‌ ଲେଖିଛନ୍ତି ଯେ ‘ଏପରି ପତ୍ନୀ ପାଇବାକୁ ଭାଇ କେତେ ସୋମବାର ବ୍ରତ କରିଥିଲେ?’ କନ୍ୟାଙ୍କର ନିଜ ଜୀବନସାଥୀଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ସମସ୍ତେ ପସନ୍ଦ କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର