ଗୁଜୁରାଟରେ ଖରା ତାପରୁ ବଞ୍ଚିବା ପାଇଁ ରେଳ ଧାରଣାରେ ଶୋଇ ରହିଲେ ୩ ସିଂହ, ୨୦ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଲା ଟ୍ରେନ୍‌

ରାଜକୋଟ୍‌ : ଗୁରୁବାର ଗିର୍‌-ସୋମନାଥ ଜିଲ୍ଲାରେ ଯେଉଁ ଘଟଣା ଘଟିଥିଲା, ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୩ଟି ସିଂହ  ରେଳ ଧାରଣା ନିକଟକୁ ଆସିବା ଫଳରେ  ଟ୍ରେନ୍‌ ଅଟକିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସମୟରେ ଦୃଶ୍ୟକୁ ଜଣେ ଯାତ୍ରୀ ରେକର୍ଡ କରି ସାସିଆଲ ମିଡିଆରେ ସେୟାର କରିବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି ।

timesofindia.indiatimes.com

ସୂଚନା ମୁତାବକ, ହଠାତ୍‌ ରେଳ ଧାରଣା ନିକଟରେ ସିଂହ ଶୋଇଥିବା ଦେଖି ଟ୍ରେନ୍‌ ଅଟକାଇଥିଲେ ଟ୍ରେନ୍‌ ଚାଳକ । ରେଳ ଧାରଣାରରୁ ସିଂହକୁ ହଟାଇବା ପାଇଁ ଟ୍ରେନ୍‌ ଚାଳକଙ୍କୁ ପ୍ରାୟ ୨୦ମିନିଟ୍‌ ସମୟ ଲାଗିଥିଲା । ଖରାର ତାପରୁ ନିଜକୁ ରକ୍ଷା କରିବା ପାଇଁ ୩ଜଣ ସିଂହ ଛାଇ ଖୋଜି ରେଳ ଧାରଣାରେ ଆସି ପହଞ୍ଚିଥିଲେ ବୋଲି କହିଛନ୍ତି ରେଳ କର୍ମଚାରୀ । ୨୦ମିନିଟ୍‌ ପର୍ଯ୍ୟନ୍ତ ହର୍ଣ୍ଣ ବଜା ଯିବା ସହ ଟ୍ରେନ୍‌କୁ ଧୀରେ ଧୀରେ ଆଗକୁ ନିଆ ଯାଇଥିଲା ବୋଲି କହିଛନ୍ତି  ଚାଳକ । ୨୦ମିନିଟ୍‌ ପରେ ସିଂହ ରେଳ ଧାରଣାରୁ ହଟି ଯାଇଥିଲେ ମଧ୍ୟ ୨୦ମିନିଟ୍‌ ମଧ୍ୟରେ ଯାତ୍ରୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା ବୋଲି ଯାତ୍ରୀମାନେ ପ୍ରତିକ୍ରିୟା ରଖିଛନ୍ତି ।

ସମ୍ବନ୍ଧିତ ଖବର