ଅନ୍ୟତ୍ର ବିବାହ କରିଥିଲେ ପ୍ରେମୀଯୁଗଳ; ୨୪ ବର୍ଷ ପରେ ପ୍ରେମ ପୁଣି ଥରେ ମିଳାଇ ଦେଲା

ନୂଆଦିଲ୍ଳୀ: କଥାରେ ଅଛି ପ୍ରେମ କେବେ ବି ମରେନା। ଜଣକ ପ୍ରତି ବାସ୍ତବ ଅନୁରାଗ ରହିଥିଲେ ଜୀବନରେ କେବେ ନା କେବେ ସେ ଅନୁଭବ ଆପଣଙ୍କୁ ନିଶ୍ଚୟ ଆତ୍ମତୃପ୍ତି ପ୍ରଦାନ କରିବ। ଆମେ ଆଜି ଏପରି ଏକ ଦମ୍ପତିଙ୍କ ବିଷୟରେ କହିବୁ, ଯାହା ଏକଦମ ଏକ ଚଳଚ୍ଚିତ୍ରର କାହାଣୀ ପରି। ତେବେ ଚାଲନ୍ତୁ ଜାଣିବା ବିଚ୍ଛେଦର ୨୪ ବର୍ଷ ପରେ ଏକ ପ୍ରେମୀ ଯୁଗଳଙ୍କର ପୁଣିଥ‌ରେ କିପରି ହୋଇଛି ମିଳନ।

ଏ କାହାଣୀ ହେଉଛି ବ୍ରିଟେନ୍‌ର ଆମାଣ୍ଡା ପାଇପର୍‌ ଏବଂ ଜୋନାଥାନ୍‌ଙ୍କର। ଆମାଣ୍ଡାଙ୍କୁ ଏବେ ୪୯ ବର୍ଷ। ସେହିପରି ‌ଜୋନାଥାନ୍‌ଙ୍କୁ ହେଉଛି ୫୨ ବର୍ଷ। ମାତ୍ର ଆମାଣ୍ଡାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା।

ଆମାଣ୍ଡା ଏବଂ ଜୋନାଥାନ୍‌ ପରସ୍ପରଙ୍କୁ ଖୁବ୍ ଭଲ ପାଉଥିଲେ। ସେମାନେ ପ୍ରାୟ ୨ ବର୍ଷ ଧରି ପ୍ରେମ ସଂପର୍କରେ ରହିବା ପରେ ପରସ୍ପରଙ୍କଠାରୁ ଅଲଗା ହୋଇ ଯାଇଥିଲେ। ଏହା ମଧ୍ୟରେ ଆମାଣ୍ଡା ବ୍ରିଟେନ୍‌ରୁ ଆମେରିକା ପଳେଇଲେ ଓ ସେଠାରେ ବିବାହ କରିଦେଲେ। ଏପରିକି ତାଙ୍କର ୩ ପିଲା ମଧ୍ୟ ହେଲେ।

ଏହା ମଧ୍ୟରେ ସେମାନଙ୍କର ପରସ୍ପର ସହ ଆଉ କଥାବାର୍ତ୍ତା ନଥିଲା। ସେପଟେ ‌ଜୋନାଥାନ୍‌ଙ୍କର ବି ବିବାହ ହୋଇଯାଇଥିଲା ଓ ତାଙ୍କର ଏକ ଝିଅ ବି ହୋଇଥିଲା। ମାତ୍ର ସେମାନଙ୍କ ବିବାହ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା। ଆମାଣ୍ଡା ତାଙ୍କ ପତିଙ୍କଠାରୁ ଅଲଗା ହୋଇ ଯାଇଥିବା ବେଳେ ଜୋନାଥାନ୍‌ ବି ତାଙ୍କ ପତ୍ନୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ।

ପୁଣି ଥରେ ୨୦୧୫ ମସିହାରେ ଫେସ୍‌ବୁକ୍‌ ଜରିଆରେ ଦୁହେଁ ପରସ୍ପରଙ୍କ ଯୋଗାଯୋଗରେ ଆସିଥିଲେ। ଦୀର୍ଘ ୨୮ ବର୍ଷ ପରେ ପୁଣି ଥରେ ସେମାନେ ପରସ୍ପରଙ୍କ ସଂପର୍କରେ ଆସିଲେ ଓ ଜୀବନଯାକ ଏକାଠି ରହିବାର ନିଷ୍ପତ୍ତି ବି ନେଲେ। ଏବେ ସେମାନେ ବିବାହ କରି ଏକ ସୁଖପୂର୍ଣ୍ଣ ଜୀବନ ବିତାଉଛନ୍ତି।

ସମ୍ବନ୍ଧିତ ଖବର