ସୋଲାପୁର: ପ୍ରତି ଘରେ ଶୌଚାଳୟ ନିର୍ମାଣ କରାଯିବ କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ। ଶୌଚାଳୟର ନିର୍ମାଣ ପାଇଁ କେନ୍ଦ୍ର ସରକାର ଗରିବ ମାନଙ୍କୁ ଆର୍ଥିକ ସହାୟତା ବି ପ୍ରଦାନ କରୁଛନ୍ତି। କିନ୍ତୁ ସୋଲାପୁରରେ ଏକ ଭିନ୍ନ ଘଟଣା ଘଟିଛି।
୨୦୧୬ ମସିହାରେ ଜଣେ ଲୋକ ତାଙ୍କ ଅଞ୍ଚଳର ସରପଞ୍ଚଙ୍କୁ ନିଜ ଘରେ ଶୌଚାଳୟ ନିର୍ମାଣ ଲାଗି ସହାୟତ ମାଗିଥିଲେ।ଏଥିପାଇଁ ସେ ବାରମ୍ବାର ମହିଳା ସରପଞ୍ଚଙ୍କ ଦ୍ୱାରସ୍ଥ ବି ହୋଇଥିଲା। କିନ୍ତୁ ଦୁଇ ବର୍ଷ ବିତିଯିବା ପରେ ମଧ୍ୟ ତାଙ୍କୁ ତାହା ମିଳି ନଥିଲା।ଏହାପରେ ବାଧ୍ୟ ହୋଇ ଲୋକ ଜଣକ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ।
ପରେ ଜଣାପଡ଼ିଲା ଯେ ମହିଳା ସରପଞ୍ଚ ଉକ୍ତ ଲୋକର ଘରେ ଶୌଚାଳୟ ନିର୍ମାଣ ବାବଦରେ ଅର୍ଥ ରାଶି ନିଜେ ହଡ଼ପ କରି ନେଇଛନ୍ତି ଓ ଲୋକଙ୍କୁ ନିରାଶ କରୁଛନ୍ତି। ଏକଥା ଜାଣିବା ପରେ ମହିଳା ସରପଞ୍ଚଙ୍କୁ କହିବା ମାତ୍ରେ ସେ ରାଗିଗଲେ ଓ ଉକ୍ତ ଲୋକଙ୍କୁ ଚପଲ ରେ ପିଟିଲେ। ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ ହୋଇଯାଇଛି।
ଭିଡିଓରେ ମହିଳା ସରପଞ୍ଚ ଉକ୍ତ ଲୋକଙ୍କୁ ଚପଲରେ ପିଟୁଛନ୍ତି। ତାଙ୍କ ପାଖରେ ଦୁଇ ଜଣ ଲୋକ ବି ଅଛନ୍ତି,ଯେଉଁମାନେ ଧଳା ପୋଷାକ ପିନ୍ଧିଛନ୍ତି। ସେହି ଲୋକ ଦୁଇ ଜଣ କିନ୍ତୁ ପୀଡ଼ିତକୁ ରକ୍ଷା କରିବା ପାଇଁ ଆଗେଇ ଆସୁ ନଥିବାର ଦେଖିବାକୁ ମିଳିଛି ଏହି ଭିଡିଓରେ। ଏହା ପରେ ମହିଳା ସରପଞ୍ଚ ତାକୁ ଲଗାତାର ପିଟିବାରେ ଲାଗିଛି।

Advertisment

publive-image
ଯେତେବେଳେ ପୀଡିତ ଜଣକ ମହିଳା ସରପଞ୍ଚଙ୍କର ଚପଲକୁ ଧରି ପକାଇଲା,ସେତେବେଳେ ସରପଞ୍ଚ ତାକୁ ଗୋଇଠା ମାରିବା ଆରମ୍ଭ କରିଥିଲେ। ଏହି ଭିଓିଓରେ ମହିଳା ସରପଞ୍ଚ ପୀଡିତକୁ ୩-୪ ଗୋଇଠା ମାରୁଥିବାର ଦେଖିବାକୁ ମିଳିଛି।