କୋଲକାତା: ପ୍ରଥମ ଟି-୨୦ରେ ରବିବାର ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଛି। କୋଲକାତାର ଇଡେନ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ୩ ଟି-୨୦ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୧୧୦ ରନ୍‌ ଟାର୍ଗେଟ ମିଳିଛି। ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଉମେଶ ଯାଦବ, ଯଶପ୍ରୀତ ବୁମରା, ଖଲିଲ ଅହମଦ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି।

Advertisment

ୱେଷ୍ଟଇଣ୍ଡିଜ୍‌ ୧୬ ରନ୍‌ରେ ଓପନର ଦିନେଶ ରାମଦିନଙ୍କୁ ହରାଇ ଥିଲା। ଭାରତର ୨ୟ ଶିକାର ହୋଇଥିଲେ ସାଈ ହୋପ୍‌। ସେହି ସମୟରେ ସ୍କୋର ୨୨ ରନ୍‌ ଥିଲା। ୱେଷ୍ଟଇଣ୍ଡିଜ୍‌ ୨୮ ରନ୍‌ରେ ସିମରୋନ ହେଟମେୟାର, ୪୭ ରନ୍‌ରେ କିରନ୍‌ ପୋଲାର୍ଡ, ୪୯ ରନ୍‌ରେ ଡାରେନ୍‌ ବ୍ରାଭୋ, ୫୬ ରନ୍‌ରେ ରାମବନ ପାେଓ୍ଵଲ, ୬୩ ରନ୍‌ରେ କାରଲୋସ୍‌ ବ୍ରେଥେଓ୍ଵଟ୍‌ ଓ ୮୭ ରନ୍‌ରେ ଫାବିଆନ୍‌ ଆଲେନ୍‌ଙ୍କୁ ହରାଇଥିଲା।

ଦଳ ପାଇଁ ସର୍ବାଧିକ ରନ୍‌ ଯୋଡ଼ିଥିଲେ ଫାବିଆନ୍‌ ଆଲେନ (୨୭)। ସେହିପରି ସାଈ ହୋପ ଓ କିରନ ପୋଲାର୍ଟ ୧୪-୧୪ ରନ୍‌ ଯୋଡ଼ିଥିବା ବେଳେ ଅନ୍ୟ ଖେଳାଳିମାନେ କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ।