ଜାତୀୟ ଅନ୍ତଃକ୍ଲବ୍‌ ଫୁଟସାଲ୍‌: ମଙ୍ଗଳାର ବୃହତ୍‌ ବିଜୟ

କଟକ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମସ୍ଥିତ କେ.ଡି. ଯାଦବ ହଲ୍‌ରେ ଚାଲିଥିବା ଜାତୀୟ ଅନ୍ତଃକ୍ଲବ୍‌ ଫୁଟସାଲ୍‌ରେ ସୋମବାର ମଙ୍ଗଳା କ୍ଲବ୍‌ ବୃହତ୍‌ ବିଜୟ ପାଇଛି। ଦଳ ଖେଳିଥିବା ତାହାର ଦ୍ବିତୀୟ ମ୍ୟାଚ୍‌ରେ ରିଅଲ କାଶ୍ମୀର ଏଫ୍‌ସିକୁ ୧୮-୩ ଗୋଲରେ ହରାଇଛି। ମଙ୍ଗଳା ପାଇଁ ଦିନବନ୍ଧୁ ଦାସ ସର୍ବାଧିକ ୮ ଗୋଲ୍‌ ସ୍କୋର କରିଥିଲେ। ସେ ୪, ୧୩, ୨୬, ୨୮, ୩୩, ୩୭, ୩୮, ୩୯ ତମ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ତାଙ୍କ ସହ ବବୁଲ କୁମାର ରାଉତ ୩, ୯, ୨୮, ୨୮(୨), ୩୧, ୩୨ତମ ମିନିଟ୍‌ରେ ୬ଟି ଗୋଲ୍‌, ବିଜୟ କୁମାର ବାରିକ ୨୫, ୩୯ତମ ମିନିଟ୍‌ରେ ଦୁଇଟି ଏବ˚ ନିର˚ଜନ ବେହେରା ୨୯ ଓ ୩୨ ତମ ମିନିଟ୍‌ର ଦୁଇଟି ଗୋଲ୍‌ ଦେଇଥିଲେ। ଏଥିପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ମଙ୍ଗଳା ୫-୩ ଗୋଲ୍‌ରେ ସୁଦେଭା ଦିଲ୍ଲୀକୁ ହରାଇଥିଲା। ଏହି ମ୍ୟାଚ୍‌ରେ ଦିନବନ୍ଧୁ ୩ ଓ ବବୁଲ ୨ ଗୋଲ୍‌ ଦେଇ ଦଳକୁ ଜିତାଇଥିଲେ। ମଙ୍ଗଳାର ପରବର୍ତ୍ତୀ ମ୍ୟାଚ୍‌ ୧୦ ତାରିଖରେ କ୍ଲାସିକ ଫୁଟ୍‌ବଲ୍‌ ଏକାଡେମି ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର