ଜାତୀୟ କନିଷ୍ଠ ମହିଳା ହକି: ଓଡ଼ିଶାକୁ କାଂସ୍ୟ

ଭୁବନେଶ୍ବର: କାକିନାଡ଼ାରେ ଆୟୋଜିତ ଦ୍ବାଦଶତମ ଜାତୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା କାଂସ୍ୟ ପଦକ ଜିତିଛି। ରବିବାର ତୃତୀୟ ସ୍ଥାନ ଲାଗି ହୋଇଥିବା ମ୍ୟାଚ୍‌ରେ ଓଡ଼ିଶା ୪-୦ ଗୋଲ୍‌ରେ ମହାରାଷ୍ଟ୍ରକୁ ମାତ୍‌ ଦେଇଥିଲା। ହକି ଓଡ଼ିଶା ପକ୍ଷରୁ ନମିତା ଟୋପ୍ପୋ (୩୧, ୪୧ ମିନିଟ୍‌) ଯୁଗଳ ସଫଳତା ପାଇଥିଲା ବେଳେ ମୁନମୁନି ଦାସ (୪୭ ମିନିଟ୍‌) ଓ ସୁମି ମୁଣ୍ଡାରି (୫୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର୍‌ କରିଥିଲେ। ଏହା ପୂର୍ବରୁ ଶନିବାର ସେମିଫାଇନାଲ୍‌ରେ ଓଡ଼ିଶା ୧-୨ ଗୋଲ୍‌ରେ ହରିୟାଣାଠୁ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ରବିବାର ହକି ହରିୟାଣା ୪-୦ ଗୋଲ୍‌ରେ ହକି ଝାଡ଼ଖଣ୍ଡକୁ ହରାଇ ବିଜେତା ଟ୍ରଫି ହାତେଇଥିଲା।

ସମ୍ବନ୍ଧିତ ଖବର