ଜାତୀୟ ମତ୍‌‌ସୋଗି’ଡୁ: ଓଡ଼ିଶାକୁ ୧୫ ପଦକ

ଭୁବନେଶ୍ବର: ଛତିଶଗଡ଼ର ବିଳାଶପୁରରେ ଆୟୋଜିତ ପଞ୍ଚଦଶତମ ଜାତୀୟ ମତ୍‌ସୋଗି’ଡୁ ପ୍ରତିଯୋଗିତାରେ ଓଡ଼ିଶାକୁ ୪ ସ୍ବର୍ଣ୍ଣ, ୬ ‌ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୧୫ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୦ ଜଣ ଭାଗନେଇଥିଲା ବେଳେ ପ୍ରଶିକ୍ଷକ ଭାବେ ଆଶୁତୋଷ କୁମାର ସାହାଣୀ, ରମେଶ ପୃଷ୍ଟି, ଲକ୍ଷ୍ମୀଧର ମହାନ୍ତି, ଦୁଲ୍ଲଭ ବେହେରା, ରେଫରି ଭାବେ ଊମାକାନ୍ତ ସ୍ବାଇଁ, ବିଶ୍ବରୂପ ମିଶ୍ର, ତରୁଣ କୁମାର ସାହୁ, ଶୁଭମ ସ୍ବାଇଁ ଏବଂ ପ୍ରବନ୍ଧକ ରାଜେନ୍ଦ୍ର ବେହେରା ଯୋଗ ଦେଇଥିଲେ। ପଦକ ବିଜେତାମାନେ ହେଲେ ଅଶୁତୋଷ କୁମାର ସାହାଣୀ, ଅବ୍‌ଦୁଲ ଖଲିଦ, ରାମନାରାୟଣ ସାହୁ ଓ ଅଶୁଅସ୍ମିତା ନାୟକ (ସ୍ବର୍ଣ୍ଣ), କିରଣବାଳା ବିଶ୍ବାଳ, ବିଶ୍ବରାଜ ନାୟକ, ଶକ୍ତିବତ ନାୟକ, ସ୍ବସ୍ତିକ ପ୍ରିୟଦର୍ଶନ, ଭବାନୀ ଶଙ୍କର ମହାନ୍ତ ଓ ପ୍ରତୀକ ପ୍ରିୟଦର୍ଶନ (ରୌପ୍ୟ) ଏବଂ କୃ‌ଷ୍ଣମୋହନ ନାୟକ, କିର୍ତ୍ତିକା ବାରିକ, ନୃପେଶ ମହାକୁଡ଼, ଲିଜାରାଣୀ ସାହୁ ଓ ଐଶ୍ବର୍ଯ୍ୟ ଆୟେଶା (କାଂସ୍ୟ)।

ସମ୍ବନ୍ଧିତ ଖବର