ମହିଳା କ୍ରିକେଟ୍‌ ଶୃଙ୍ଖଳାରେ ଓଡ଼ିଶା ବିଜେତା

କଟକ: ଜଟଣୀ ସେଞ୍ଚୁରିଆନ୍‌ ପଡ଼ିଆରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହିଳା ଆମନ୍ତ୍ରଣୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଘରୋଇ ଦଳ ସବୁ ମ୍ୟାଚ୍‌ (୪-୦) ଜିତି ବିଜେତା ହୋଇଛି। ମଙ୍ଗଳବାର ଶେଷ ମ୍ୟାଚ୍‌ରେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଅଲରାଉଣ୍ତ ପ୍ରଦର୍ଶନ ପାଇଁ ଓଡ଼ିଶା ୭୭ ରନ୍‌ରେ ବିଜୟୀ ହୋଇଥିଲା। ଟସ୍‌ ଜିତି ଓଡ଼ିଶା ବ୍ୟାଟି˚ କରିଥିଲାବେଳେ ୪୫ ଓଭରରେ ୬ ଵିକେଟ୍‌ ହରାଇ ୧୭୬ ରନ୍‌ ସ˚ଗ୍ରହ କରିଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ଅର୍ଦ୍ଧଶତକ ଅର୍ଜନ (୫୫* ରନ୍‌) କରିଥିଲେ। ତାଙ୍କ ବ୍ୟତୀତ ସରିତା ମେହେର ୪୨*, ମାଧୁରୀ ମେହେଟ୍ଟା ୪୨ ରନ୍‌ କରିଥିଲେ। ଜବାବରେ ଛତିଶଗଡ଼ ୪୦.୧ ଓଭରରେ ୯୯ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ୟାଶି ପାଣ୍ତେ ସର୍ବାଧିକ ୩୯ ରନ୍‌ ସ˚ଗ୍ରହ କରିଥିଲାବେଳେ ବିଜୟୀ ଦଳ ପକ୍ଷରୁ ସୁଶ୍ରୀ ୪, ତରନ୍ନା ପ୍ରଧାନ ୨, ରସନାରା ପରବିନ ଓ ରାଜଶ୍ରୀ ସ୍ବାଇଁ ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ।

ସମ୍ବନ୍ଧିତ ଖବର