ବିଜୟ ହଜାରେ ଟ୍ରଫି: ଗୌରବ, ସନ୍ଦୀପଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଓଡ଼ିଶା ପରାସ୍ତ

ଝାଡ଼ଖଣ୍ତର ସର୍ବୋଚ୍ଚ ସ୍କୋର୍‌ କୀର୍ତ୍ତିମାନ

କଟକ: ପଦାର୍ପଣକାରୀ ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଧଶତକୀୟ ପାଳି ପରେ ସୌରଭ କାନୋଜିଆଙ୍କ ଦମ୍‌ଦାର ବୋଲି˚ ସତ୍ତ୍ବେ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ପରାଜୟରୁ ଅଭିଯାନ ଆରମ୍ଭ କରିଛି। ବେଙ୍ଗାଲୁରୁର ଆଲୁର କ୍ରିକେଟ୍‌ ଷ୍ଟାଡିୟମରେ କେରଳ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଭିଜେଡି ପଦ୍ଧତି ଆଧାରରେ ୩୪ ରନ୍‌ରେ ପରାଜିତ ହୋଇଛି। ପ୍ରଥମେ ବ୍ୟାଟି˚ କରିଥିବା ଓଡ଼ିଶା ୮ ଵିକେଟ୍‌ ବିନିମୟରେ ୨୫୮ ରନ୍‌ କରିଥିଲା ବେଳେ କେରଳ ୩୮.୨ ଓଭରରେ ୪ ଵିକେଟ୍‌ ବିନିମୟରେ ୨୩୩ ରନ୍‌ କରିପାରିଥିଲା। ଖରାପ ଆଲୋକ ଯୋଗୁଁ ମ୍ୟାଚ୍‌ ଆଗେଇନପାରିବାରୁ ଭିଜେଡି ପଦ୍ଧତିରେ କେରଳକୁ ବିଜୟୀ ଘୋଷିତ କରାଯାଇଥିଲା। ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ ୨୨ ତାରିଖରେ ରେଳବାଇ ବିପକ୍ଷରେ ଖେଳିବ।

ଓଦା ପଡ଼ିଆ ଯୋଗୁଁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ସେଥିପାଇଁ ମ୍ୟାଚ୍‌କୁ ୪୫ ଓଭର ବିଶିଷ୍ଟ କରାଯାଇଥିଲା। କେରଳ ଟସ୍‌ ଜିତି ବୋଲି˚ କରିବାକୁ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ପାଇଁ ଗୌରବ ଚୌଧୁରୀ, କାର୍ତ୍ତିକ ବିଶ୍ବାଳ, ସୌରଭ କାନୋଜିଆ ପଦାର୍ପଣ କରିଥିଲେ। ଗୌରବ ଓ ସନ୍ଦୀପ ପଟ୍ଟନାୟକ ଓଡ଼ିଶା ପାଇଁ ପାଳି ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ହୋଇଥିଲା। ଦଳ ପାଇଁ ଦୃଢ ମୂଳଦୁଆ ପକାଇସାରିବା ପରେ ଉଭୟ ଅର୍ଧଶତକ ମଧ୍ୟ ଅର୍ଜନ କରିଥିଲେ। ତେବେ ୨୩ ତମ ଓଭରରେ ଗୌରବ ଆଉଟ୍‌ ହୋଇଯିବାରୁ ଯୋଡ଼ି ଭାଙ୍ଗିଯାଇଥିଲା। ସେ ୬୨ ବଲ୍‌ରୁ ୫ ଚୌକା ସହାୟତାରେ ୫୭ ରନ୍‌ କରିଥିଲେ। ପଛକୁ ପଛ ସନ୍ଦୀପ (୬୬ ରନ୍‌, ୭୫ ବଲ୍‌, ୮ ଚୌକା, ୧ ଛକା) ଆଉଟ୍‌ ହେବା ପରେ ଓଡ଼ିଶାର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଶୁଭ୍ରା˚ଶୁ ସେନାପତି ୪, ଅଧିନାୟକ ଶାନ୍ତନୁ ମିଶ୍ର ୭, ଅଭିଷେକ ଯାଦବ ୧୩, ରାଜେଶ ଧୂପର ୨୦, ଦେବବ୍ରତ ପ୍ରଧାନ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ। ନିମ୍ନ ଭାଗରେ କାର୍ତ୍ତିକ ବିଶ୍ବାଳ ଧୈର୍ଯ୍ୟର ସହ ଖେଳି ଅପରାଜିତ ରହିଥିଲେ। ପାଳି ଶେଷ ହେବା ବେଳକୁ କାର୍ତ୍ତିକ ୪୫* ରନ୍‌ କରିଥିଲେ। କେରଳ ପାଇଁ ଏସ୍‌ ଶ୍ରୀଶାନ୍ତ, ମହମ୍ମଦ ନିଦ୍ଧେଶ, ଜଳଜ ସାକ୍ସେନା ୨ ଵିକେଟ୍‌ ଲେଖାଏଁ ନେଇଥିଲେ।

ଜବାବରେ ରବିନ ଉଥପ୍ପା ଓ ବିଷ୍ଣୁ ବିନୋଦ ରକ୍ଷଣାତ୍ମକ ଖେଳିଥିଲେ। ଉଭୟ ଅର୍ଧଶତକୀୟ ଭାଗୀଦାରି ସ୍ଥାପନ କରିବା ପରେ ଦଳୀୟ ସ୍କୋର୍‌ ୬୧ ବେଳକୁ ବିଷ୍ଣୁଙ୍କୁ (୨୮) ସୌରଭ କାନୋଜିଆ ବୋଲ୍ଡ କରିଥିଲେ। ଦୁଇ ଓଭର ବ୍ୟବଧାନରେ ସଞ୍ଜୁ ସାମସନ୍‌ଙ୍କୁ ସୌରଭ ଦ୍ବିତୀୟ ଶିକାର କରିଥିଲେ। ଏହାପରେ ସଚିନ ବେବିଙ୍କ ସହ ମିଶି ଉଥପ୍ପା ଶତକୀୟ ଭାଗୀଦାରି ବଳରେ ଦଳୀୟ ସ୍କୋର୍‌କୁ ଆଗକୁ ବଢାଇଥିଲେ। ୪୦ ରନ୍‌ ବେଳେ ସଚିନ୍‌, ସୌରଭଙ୍କ ତୃତୀୟ ଶିକାର ହୋଇଥିଲେ। ପରେ ଉଥପ୍ପା ଶତକ ଅର୍ଜନ କରି ଦଳକୁ ବିଜୟର ନିକଟତର କରାଇଥିଲା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ତାଙ୍କୁ ଆଉଟ୍‌ କରିଥିଲେ। ଉଥପ୍ପା ୮୫ ବଲ୍‌ରୁ ୧୦ ଚୌକା ଓ ୪ ଛକା ସହାୟତାରେ ୧୦୭ ରନ୍‌ କରିଥିଲେ। ଭତ୍ସଲ ଗୋବିନ୍ଦ ୨୯* ଓ ମହମ୍ମଦ ଆଝାରୁଦ୍ଦିନ୍‌ ୨୩* ରନ୍‌ କରି ଅପରାଜିତ ରହିଥିଲେ। ଖରାପ ଆଲୋକ ଯୋଗୁଁ ମ୍ୟାଚ୍‌ ବନ୍ଦ ହେବା ବେଳକୁ ଦଳ ଭିଜେଡି ପଦ୍ଧତି ଅନୁସାରେ ୩୪ ରନ୍‌ ଆଗରେ ରହିବାରୁ ବିଜୟୀ ହୋଇଥିଲା।

କଟକ: ବିଜୟ ହଜାରେ ଟ୍ରଫି ଇତିହାସରେ ଝାଡ଼ଖଣ୍ତ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ପ୍ରତିଯୋଗିତାରେ ସର୍ବକାଳୀନ ସର୍ବୋଚ୍ଚ ଦଳଗତ ସ୍କୋର୍‌ କରିବା କୀର୍ତ୍ତିମାନ ଏହି ଦଳ ନିଜ ନାମରେ କରିପାରିଛି। ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ମଧ୍ୟପ୍ରଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଝାଡ଼ଖଣ୍ତ ୯ ଵିକେଟ୍‌ ବିନିମୟରେ ୪୨୨ ରନ୍‌ କରିବା ପରେ ୩୨୪ ରନ୍‌ର ବୃହତ୍‌ ବିଜୟ ହାସଲ କରିଥିଲା। ଏଥିପୂର୍ବରୁ ଏହି ପ୍ରତିଯୋଗିତାରେ ସର୍ବୋଚ୍ଚ ଦଳଗତ ସ୍କୋର୍‌ କୀର୍ତ୍ତିମାନ ମଧ୍ୟପ୍ରଦେଶ ନାମରେ ରହିଥିଲା। ୨୦୧୦ରେ ରେଳବାଇ ବିପକ୍ଷରେ ମଧ୍ୟପ୍ରଦେଶ ୬ ଵିକେଟ୍‌ ବିନିମୟରେ ୪୧୨ ରନ୍‌ କରି ଏହି କୀର୍ତ୍ତିମାନ ନିଜ ନାମରେ ରଖିଥିଲା। ଯାହାକୁ ଝାଡ଼ଖଣ୍ଡ ଶନିବାର ଭାଙ୍ଗି ଦେଇଛି।

ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଝାଡ଼ଖଣ୍ତ ପାଇଁ ଅଧିନାୟକ ଇଶାନ କିଷନ ୧୭୩ ରନ୍‌ର ଶତକୀୟ ପାଳି ଖେଳିଥିଲେ। ତାଙ୍କ ବ୍ୟତୀତ ବିରାଟ ସି˚ହ ୬୮, ସୁମିତ କୁମାର ୫୨, ଅନୁକୁଲ ରାଏ ୭୨ ରନ୍‌ କରିଥିଲେ। ଗୌରବ ଯାଦବ ୪ ଵିକେଟ୍‌ ନେଇଥିଲେ। ତେବେ ୪୨୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମଧ୍ୟପ୍ରଦେଶ ୧୮.୪ ଓଭରରେ ୯୮ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ଅଭିଷେକ ଭଣ୍ତାରି ୪୨, ଭେଙ୍କଟେଶ ଆୟର ୨୩ ରନ୍‌ କରିଥିଲା ବେଳେ ଅନ୍ୟକେହି ଏକ ଅଙ୍କ ଟପିପାରିନଥିଲେ। ବରୁଣ ଆରୋନ୍‌ ୫.୪ ଓଭର ବୋଲି˚ କରି ୨ ମେଡେନ୍‌ ଓ ୩୭ ରନ୍‌ ବିନିମୟରେ ୬ ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର