ପୁଣି ଚାଲିଲା ବାରିପଦା-ପୁରୀ ଟ୍ରେନ୍‌

ବାରିପଦା: ପୂର୍ବରୁ ସପ୍ତାହକୁ ଥରେ ବାରିପଦାରୁ ପୁରୀ ଟ୍ରେନ୍‌ ଚଳାଚଳ କରୁଥିଲା। ଏହି ଟ୍ରେନ୍‌ରେ ମୟୂରଭଞ୍ଜ ସମେତ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଯାତ୍ରୀମାନେ ପୁରୀ ଯାତ୍ରା କରୁଥିଲେ। ତେବେ କୌଣସି କାରଣବଶତଃ ମାସେ ହେଲା ଉକ୍ତ ଟ୍ରେନ୍‌ ଚଳାଚଳକୁ ରେଳବାଇ ବନ୍ଦ କରି ଦେଇଥିଲେ। ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

‌ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏନେଇ ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ପୂର୍ବଭଳି ବାରିପଦାରୁ ପୁରୀ ଟ୍ରେନ୍‌ ଚଳାଚଳ କରାଇବାକୁ ଅନୁରୋଧ କରିଥିଲେ। ଆଉ ଆଜି ରାତି ୧୧ଟାରୁ ବାରିପଦା ଷ୍ଟେସନ୍‌ରୁ ପୁରୀ ଅଭିମୁଖେ ପୁଣି ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଆସନ୍ତାକାଲି ସକା‌ଳ ୬ଟାରେ ଏହି ଟ୍ରେନ୍‌ ପୁରୀରେ ପହଞ୍ଚିବ। ଆସନ୍ତାକାଲି ରାତି ୧୧ଟାରୁ ସେହି ପୁରୀରୁ ବାରିପଦାକୁ ଫେରିବ। ସପ୍ତାହକୁ ଏହି ଟ୍ରେନ୍‌ ମାତ୍ର ଥରେ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର