ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟରେ ୭୮.୬ ପ୍ରତିଶତ ମତଦାନ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଦିନ ୩ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ରବିବାର ୭୮.୬% ଲୋକ ମତଦାନ କରିଛନ୍ତି। ଗତ ନିର୍ବାଚନରେ ମତଦାନ ହାର ପର୍ଯ୍ୟାୟ ଅନୁଯାୟୀ ବଢ଼ିଥିବାବେଳେ ଆଗକୁ ବି ସେହି ଧାରା ବଜାୟ ରହିବାର ସମ୍ଭାବନା ଅଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ପ୍ରତିଶତ ମତଦାନ ହୋଇଛି।
୩ୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୭.୪୪% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୬.୭୫% ମତଦାନ ହୋଇଛି। ସେହିପରି ଅନୁଗୁଳରେ ୮୪.୨୪%, ବାଲେଶ୍ବରରେ ୭୪.୭୨%, ବଲାଙ୍ଗୀରରେ ୭୧.୮୩%, ବରଗଡ଼ରେ ୮୨.୬୩%, ଭଦ୍ରକରେ ୭୭%, ବୌଦ୍ଧରେ ୮୧.୩୧%, କଟକରେ ୭୯.୨୬%, ଦେବଗଡ଼ରେ ୭୯.୮%, ଢେଙ୍କାନାଳରେ ୮୦.୩୯%, ଗଜପତିରେ ୮୨.୭୨%, ଜଗତସିଂହପୁରରେ ୭୬%, ଯାଜପୁରରେ ୭୧ %, କଳାହାଣ୍ଡିରେ ୭୭.୫୯%, କନ୍ଧମାଳରେ ୮୧.୩୫%, କେନ୍ଦ୍ରାପଡ଼ାରେ ୭୨.୨୫%, କେନ୍ଦୁଝରରେ ୭୭.୮୯%, ଖୋର୍ଦ୍ଧାରେ ୭୬.୪୯%, କୋରାପୁଟରେ ୮୪.୭୮%, ମାଲକାନଗିରିରେ ୭୬.୬୩%, ମୟୂରଭଞ୍ଜରେ ୭୮.୫୩%, ନବରଙ୍ଗପୁରରେ ୮୬.୩୩%, ନୟାଗଡ଼ରେ ୭୮.୨%, ନୂଆପଡ଼ାରେ ୭୮.୨୪%, ପୁରୀରେ ୮୦.୧୨%, ରାୟଗଡ଼ାରେ ୭୯.୪୪%, ସମ୍ବଲପୁରରେ ୮୧.୦୭%, ସୁବର୍ଣ୍ଣପୁରରେ ୮୭.୪୪%, ସୁନ୍ଦରଗଡ଼ରେ ୭୫.୪୫% ମତଦାନ ହୋଇଛି।

ରବିବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ଭୋଟ୍ ଗ୍ରହଣ ସମୟରେ ଅଳ୍ପ କିଛିସ୍ଥାନରେ ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ବାଦ୍ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ କାର୍ଯ୍ୟସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର