ଛୁଆ ଦନ୍ତାହାତୀ ମୃତ

ତିଗିରିଆ:ତିଗିରିଆ ବନଖଣ୍ଡ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମ ଓ ଯମୁନା ବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମଧ୍ୟବର୍ତ୍ତୀ ଅଞ୍ଚଳର ଚାଷ ଜମିରୁ ଏକ ଛୋଟ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦନ୍ତାର ବୟସ ୬/୭ବର୍ଷ ହୋଇଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟଭାବେ ଜଣାପଡିନଥିବାବେଳେ ସଂକ୍ରମଣ ପ୍ରଭାବରେ ହାନ୍ତାର ମୃତ୍ୟୁ ହୋଇଥିବା ବନବିଭାଗ ପକ୍ଷରୁ ରେଞ୍ଜର ଗୌର ଗୋପାଳ ସୂଚନା ଦେଇଛନ୍ତିି। ଅନ୍ୟପଟେ ଦନ୍ତାର କାନମୁଣ୍ଡାରେ ଛୋଟ କଣା ଥିବାରୁ ବିଦ୍ୟୁତ୍‌ କରେଣ୍ଟ ଓ ଗୁଳି କରି କେହି ହାତୀକୁ ମାରିଥିବା ନେଇ ଅଂଚଳରେ ଚର୍ଚ୍ଚା ହେଉଛି। କିନ୍ତୁ ବନବିଭାଗ ଏହାକୁ ଖଣ୍ଡନ କରିଛି। ତେବେ ସଂକ୍ରମଣ ହୋଇ ଦନ୍ତା ଉକ୍ତ ଅଂଚଳରେ ବୁଲୁଥିଲେ ସୁଦ୍ଧା ବନବିଭାଗ କିପରି ଏହାର ଖବର ପାଇନଥିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ସୋରିଷପାଳ ସଂରକ୍ଷିତ ଜଙ୍ଗଲରେ ବହୁ ବର୍ଷଧରି ମା, ଛୁଆ ଦୁଇଟି ହାତୀ ବୁଲୁଥିଲେ। ଏହି ଦନ୍ତା ହାତୀଟି ବାରମ୍ବାର ଯମୁନାବନ୍ଧର ଆଖପାଖ ଅଞ୍ଚଳର ଚାଷ ଜମି ନଷ୍ଟ କରୁଥିଲା। ତେବେ ହାତୀର ମୁଣ୍ଡରେ ଥିବା କଣା ସଂକ୍ରମଣରେ ପଚି ଗଳା ନଷ୍ଟ ହୋଇ ମୃତ୍ୟୁବରଣ କରିଥିବା ରେଞ୍ଜର କେହିଛନ୍ତି। ସ୍ଥାନୀୟ ଭିଏସ୍‌ଙ୍କ ଦ୍ୱାରା ହନ୍ତାର ଶବ ବ୍ୟବଚ୍ଛେଦ କରାଯାଇଛି। ଛୁଆ ହାତୀ ମରିପଡ଼ି ଥିବା ବେଳେ ମା’ ତା’ର ଆଖପାଖେ ନଥିବା ବେଳେ ଜଙ୍ଗଲରେ ମା’ର ଚିତ୍କାର ନ ଶୁଭିବା ଏହା ଏକ ସଂଘବଦ୍ଧ ହତ୍ୟା ବୋଲି ସାଧାରଣରେ ସନ୍ଦେହ ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର