ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

ପୁରୁଷୋତ୍ତମପୁର: ପେଥାଇ ଲଗାଣ ବର୍ଷାରେ ଫସଲ ଏବଂ ପରିବା କ୍ଷତି ସହି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏହି ଚାଷୀ ହେଉଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୁରୁଷୋତ୍ତମପୁର ବ୍ଲକ୍‌ ଟଙ୍କଛାଇ ଗ୍ରାମର ସନ୍ନ୍ୟାସୀ ସ୍ବାଇଁ (୩୬)। ଗ୍ରାମବାସୀଙ୍କ କହିବାନୁସାରେ, ସନ୍ନ୍ୟାସୀଙ୍କର ନିଜସ୍ବ କିଛି ଜମି ଥିଲାବେଳେ ଆଉ କିଛି ଜମି ଭାଗରେ ଆଣି ଚାଷ କରୁଥିଲେ। ଏହି ଜମିରେ ସେ ଅଲଡ଼ି, କଟିକି ପୋଟଳ ଚାଷ କରିଥିଲେ। ତେବେ, ପେଥାଇ ଲଗାଣ ବର୍ଷାରେ ଏହି ଫସଲ ନଷ୍ଟ ହୋଇଯାଇଥିଲା। ଫଳରେ, ସେ ଚାଷ ପାଇଁ ଆଣିଥିବା ୫୦ ହଜାର ଟଙ୍କା କିଭଳି ଶୁଝିବେ, ସେ ନେଇ ଚିନ୍ତାରେ ରହିଥିଲେ। ଫଳରେ, ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଡାକ୍ତରଖାନାରେ ଦୁଇଦିନ ଧରି ସଂଘର୍ଷ ପରେ ଶେଷରେ ସେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ, ଏନେଇ ତାଙ୍କର ଅଭିଯୋଗ ହସ୍ତଗତ ହୋଇଛି। ଏହାର ତଦନ୍ତ କରାଯିବ ବୋଲି ପୁରୁଷୋତ୍ତପୁର ତହସିଲଦାର ଅରୁଣ କୁମାର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର