ଋଣ ଭାର ସହି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ସିମୁଳିଆ : ଋଣ ଭାର ସହି ନପାରି ବାଲେଶ୍ବର ସିମୁଳିଆ ଥାନା କବୀରପୁର ଅଞ୍ଚଳର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ବିଜୟ କୁମାର ପରିଡ଼ା।

ଅଭିଯୋଗ ଅନୁଯାୟୀ, ବିଜୟ ଗତକାଲି ନିଜ ଚାଷଜମି ବୁଲିବାକୁ ଯାଇଥିଲେ। ବିଲରୁ ଘରକୁ ଫେରିବା ପରେ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା। ପରେ ବିଜୟଙ୍କ ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ମାର୍କୋଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ପରେ ଅଧିକ ଗୁରୁତର ହେବାରୁ ପରିବାର ଲୋକ ଭଦ୍ରକ ମେଡିକାଲକୁ ଆଣିଥିଲେ। ଆଜି ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଜୟ ଋଣରେ ବୁଡ଼ି ରହି ସବୁ ସମୟରେ ଚିନ୍ତାଗ୍ରସ୍ତ ହୋଇ ସମୟ କାଟୁଥିଲେ।  ଗାଁ ଲୋକ ଅନେକ ସମୟରେ ପଇସା ମାଗିବାକୁ ବିଜୟଙ୍କ ଘରକୁ ଆସୁଥିଲେ। ସେଥିରେ ଚାପଗ୍ରସ୍ତ ହୋଇ ବିଷପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର