ପ୍ରଫେସର୍‌ ବିଭୂତି ଭୂଷଣ ବିଶ୍ୱାଳ ଓୟୁଟିଆରର ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ ଓୟୁଟିଆର)ର ନୂଆ କୁଳପତି ଭାବେ ପ୍ରଫେସର୍‌ ବିଭୂତି ଭୂଷଣ ବିଶ୍ୱାଳ ନିଯୁକ୍ତ ହୋଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ୪ ବର୍ଷ ଲାଗି ନିଯୁକ୍ତି ଦେଇଛନ୍ତି। ପ୍ରଫେସର୍‌ ବିଭୂତି ଭୂଷଣ ବିଶ୍ୱାଳ ସଂପ୍ରତି ମେଘାଳୟ ଆଇଆଇଟିର ନିର୍ଦଷକ ପଦବିରେ ଅବସ୍ଥାପିତ ଅଛନ୍ତି। ସେ ୩ଟି ପୁସ୍ତକର ରଚୟିତା। ବିଗତ ୩୬ ବର୍ଷ ଧରି ସେ ଶିକ୍ଷକତା କରୁଛନ୍ତି। ସେ ୨୪ ଜଣ ପିଏଚଡି ଓ ୪୫ ଜଣ ପିଜି ସ୍କଲାରଙ୍କୁ ସଫଳତାର ସହ ଗାଇଡ୍ କରିଛନ୍ତି।

ସମ୍ବନ୍ଧିତ ଖବର