ଜାନୁଆରି ୩୧ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୬ ପର୍ଯ୍ୟନ୍ତ ଚାଲିବ ସଂସଦର ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଜାନୁଆରି ୩୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍‌ ୬ ତାରିଖରେ ଶେଷ ହେବ ବୋଲି ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।

ସାଧାରଣ ବିରତି ଦିନଗୁଡ଼ିକୁ ଛାଡ଼ି ୬୬ ଦିନର ସମୟ ଅବଧିରେ ସମୁଦାୟ ୨୭ଟି ଅଧିବେଶନ ବସିବ ବୋଲି ମଧ୍ୟ ସେ କହିଛନ୍ତି।

ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍‌ବୋଧନ ସହିତ ଏହି ବଜେଟ୍‌ ଅଧିବେଶନ ଆରମ୍ଭ ହେବ।

ଟୁଇଟ୍‌ କରି ଯୋଶୀ ଲେଖିଛନ୍ତି: ‘ଅମୃତ କାଳ ଚାଲିଥିବା ବ‌େଳେ କେନ୍ଦ୍ରୀୟ ବଜେଟ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଆଗତ ସମୟର ବିତର୍କକୁ ଚାହିଁ ରହିଛି।

Image Courtesy of Twitter

ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇ ମାର୍ଚ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ୍‌ ଅଧିବେଶନର ବିରତି ହେବ। ଅଧିବେଶନର ବିରତି ସମୟରେ ବିଭିନ୍ନ ବିଭାଗ ସହିତ ଜଡ଼ିତ ଥିବା ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି’ ଆର୍ଥିକ ମଞ୍ଜୁରି ପାଇଁ ଉପସ୍ଥାପିତ ଦାବି ସବୁ ଯାଞ୍ଚ କରିବା ସହିତ ସମ୍ପୃକ୍ତ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକୁ ରିପୋର୍ଟ କରିବେ।

ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଆଗତ ଧନ୍ୟବାଦ ପ୍ରସ୍ତାବରେ ହୋଇଥିବା ବିତର୍କର ଉତ୍ତର ଦେବେ। ସେହିପରି, ଅର୍ଥମନ୍ତ୍ରୀ କେନ୍ଦ୍ର ବଜେଟ୍‌ ଉପରେ ହୋଇଥିବା ବିତର୍କ ଉତ୍ତର ଦେବେ।

ସମ୍ବନ୍ଧିତ ଖବର