ଧାରଣରତ କିଡ୍‌ନି ରୋଗୀଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦେଶ

ଭୁବନେଶ୍ବର : ଧାରଣାରତ କିଡ୍‌ନି ରୋଗୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। କିଡ୍‌ନି ରୋଗୀଙ୍କ ଦାବି ସଂପର୍କରେ ରାଜ୍ୟ ସରକାର ସଚେତନ ଅଛନ୍ତି। ରୋଗୀଙ୍କ ସମସ୍ୟାର କିଭଳି ସମାଧାନ କରିହେବ ସେଥିପାଇଁ ବିଭାଗର ଏକ ବୈଠକ ହୋଇଥିଲା। ଖୁବ୍‌ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରିମଧ୍ୟ କହିଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବାର ସମସ୍ତଙ୍କର ପୂର୍ଣ୍ଣ ଅଧିକାର ରହିଛି। କିଡ୍‌ନି ରୋଗୀମାନେ ଚାହିଁଲେ ତାଙ୍କୁ ଭେଟି ସମସ୍ୟା ସଂପର୍କରେ ଜଣାଇପାରିବେ। ଉଲ୍ଲେଖ ଯେ ଡାକ୍ତରଙ୍କ ପରାମର୍ଶରେ ଦିଆଯାଉଥିବା ଔଷଧକୁ ମାଗଣାରେ ଯୋଗାଇବା ଦାବିରେ କିଡ୍‌ନି ରୋଗୀମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି। ସରକାରୀ ହସ୍ପିଟାଲଗୁଡ଼ିକ ସେହି ଔଷଧ ଯୋଗାଇ ଦିଆଯାଉ ନ ଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ କିଡ୍‌ନି ରୋଗୀମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ଜଣାଇଥିଲେ। ରାଜ୍ୟ ସରକାର ମଧ୍ୟ ଏ ସଂକ୍ରାନ୍ତରେ ଏକ କମିଟି ଗଠନ କରିଥିଲେ।

ସମ୍ବନ୍ଧିତ ଖବର