ସୀମାନ୍ତରେ ଲଘୁଖଣି ଖୋଲା ଚୋରି

ବରଗଡ଼: ବରଗଡ଼ ଜିଲ୍ଲାରେ ଛତିଶଗଡ଼ି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ବିନା ଅବାଧରେ ବେଆଇନ ବାଲି, ଖଣି ପଥର ଚାଲାଣ ଚାଲିଛି। ଜିଲ୍ଲାର ଭଟଲି, ଅମ୍ବାଭୋନା, ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଅଂଚଳରୁ ବ୍ୟାପକ ଲଘୁଖଣି ଛତିଶଗଡ଼କୁ ପ୍ରତିଦିନ ବିଭିନ୍ନ ବାଟ ଦେଇ ଚାଲାଣ ହେଉଥିବା ଜଣାପଡ଼ିଛି। ଲୋକେ ପ୍ରତିବାଦ କଲେ ହତ୍ୟା ଧମକ ମିଳୁଛି। ପଦ୍ମପୁର ଉପଖଣ୍ଡରୁ ବାଲି ଓ ଲଘୁଖଣି ଚୋରି ଚାଲାଣରେ ରୋକ୍‌ ଲାଗିନାହିଁ। ସାନକୁଞ୍ଜାରି, ବଡ଼ କୁଞ୍ଜାରି, ପୁଟକା ଏବ˚ ମହୁଲପାଲି ଆଖପାଖ ଅ˚ଚଳରେ ଚୋରା ଖଣି ଖନନ ଚାଲିଛି। ଜ˚ଗଲ ଭିତରେ ଖଣି ଗୁଡ଼ିକରେ ବ୍ଲାଷ୍ଟି˚ କରି ଚୂନ ପଥର ଏବ˚ ଲୁହା ପଥର ଚୋରା ଚାଲାଣ ହେଉଛି। ଆଖପାଖ ଗାଁ ଲୋକେ ଖଣି ପାଖକୁ ଗଲେ ମାଫିଆମାନେ ହତ୍ୟା ଧମକ ଦେଉଛନ୍ତି।

ଫଳରେ ଭୟରେ କେହି ସେଠାକୁ ଯାଉନାହାନ୍ତି। ପୁଟକା ଗାଁ ସ˚ଲଗ୍ନ ଜ˚ଗଲରୁ ଦୀର୍ଘ ବର୍ଷ ହେଲା ଚୂନ ପଥର ଖୋଳା ଚାଲିଛି। ବିନା ପରମିଟ୍‌ରେ ଛତିଶଗଡ଼ର ଡମ୍ପର ଏଠାରୁ ମାଲ୍‌ ନେଇ ଜ˚ଗଲିଆ ରାସ୍ତାରେ ଛତିଶଗଡ଼ ସୀମାକୁ ନେଉଛନ୍ତି। ଜଂଗଲିଆ ଅଂଚଳରେ ଲଘୁ  ଖଣି ଖନନ ପାଇଁ ଜିଲୋଟିନ୍‌ ବ୍ୟବହାର କରାଯାଉଛି। ଲହା ବିହାରରୁ ଛତିଶଗଡ଼ ଦେଇ ବରଗଡ଼କୁ ଆସୁଛି।  ଏସବୁ ଜିଲୋଟିନ୍‌କୁ ସୀମାନ୍ତ ଇଲାକାରେ ଚାଲୁଥିବା ପଥର ବ୍ଲାଷ୍ଟିଂ ପାଇଁ ବ୍ୟବହାର କରାଯାଉଛି। ଏପରିକି ମଂଜୁରୀପ୍ରାପ୍ତ ପଥର କ୍ବାରିରେ ବିସ୍ଫୋରଣ ପାଇଁ ମନା ଥିଲେ ବି ଏହି ଚୋରା ଜିଲୋଟିନ୍‌ ବ୍ୟବହାର ହେଉଥିବା କୁହାଯାଉଛି। ଜିଲ୍ଲାର ସୀମାନ୍ତ ବ୍ଲକ୍‌ ଗୁଡ଼ିକର ଦୁର୍ଗମ ପାହାଡ଼ିଆ ଅଂଚଳରେ ବେଆଇନ୍‌ ପଥର ଖନନ ଚାଲୁଛି। ସେଠାକୁ କୌଣସି ଅଧିକାରୀ କିମ୍ବା ପୁଲିସ୍‌ ଭୟରେ ପାଦ ମାଡ଼ି ପାରୁନାହାନ୍ତି।

ଯଦ୍ବାରା ଜିଲୋଟିନ୍‌ ବ୍ୟବହାର କରି ବ୍ଲାଷ୍ଟିଂ ସହ ମାସକୁ କୋଟି କୋଟି ଟଙ୍କାର ଲଘୁଖଣି ମଧ୍ୟ ଚୋରା ଭାବେ ପଠାଯାଉଛି। କିନ୍ତୁ ମାଫିଆଙ୍କୁ ଆଉ ପ୍ରଶାସନର ହାତ ପାଉନି। ପଦ୍ମପୁର ଉପଖଣ୍ଡ ସରେଇକେଲା ପଞ୍ଚାୟତ ସୁକୁଲି ପାହାଡ଼‌ ଅଂଗନଦୀ କୂଳରୁ ବ୍ୟାପକ ଲଘୁଖଣି ନିୟମିତ ଚୋରି ହେଉଛି। ଏସବୁ ଲଘୁଖଣି ପଦ୍ମପୁରରୁ ଜଗଦଲପୁର ଦେଇ ଛତିଶଗଡ଼ ପହଂଚୁଛି। ସରେଇକେଲା, ଲଖମରା ସମେତ ସୀମାନ୍ତବର୍ତୀ ପଞ୍ଚାୟତରେ ରାସ୍ତାରେ ମୋରମ୍‌ ବଦଳରେ ଲଘୁ ଖଣିଜ ପଥର ପକାଉଛନ୍ତି। ଓଡ଼ିଶା ସୀମାରେ ଛତିଶଗଡ଼ର ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟାପକ ଜମିରେ ଲଘୁ ଖଣି ଖୋଳି ଚାଲିଛନ୍ତି। କେଉଁ କାଳେ ଥରେ ଦୁଇଥର ଲଘୁଖଣି ବେ‌ାଝେଇ ଗାଡ଼ି ଜବତ କରାଯାଇ ଫାଇନ୍‌ ଅସୁଲି ହେଉଛନ୍ତି। ଉଭୟ ରାଜ୍ୟର ମାଫିଆମାନେ ଏହି କାରବାରକୁ ନିୟନ୍ତ୍ରଣ କରୁଛନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ କି ପୁଲିସ୍‌ ଏଥିରେ ମୁଣ୍ଡ ପୂରାଇବାକୁ ପଛଘୁଞ୍ଚା ଦେଉଛନ୍ତି।

ପଦ୍ମପୁର ଉପଖଣ୍ଡରେ ଚାଲିଥିବା ଏଭଳି ଲଘୁଖଣି ଚୋରି ଘଟଣା ସଂପର୍କରେ ସେଠାକାର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନଥିଲେ। ଅନ୍ୟପକ୍ଷରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମାଜସେବୀ ନିରୋଜ ଦୋରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର